ବଡ଼ଖବର: ରଥଯାତ୍ରାରେ ଭିଆଇପିଙ୍କୁ ମନ୍ଦିରପ୍ରବେଶ ମନା
ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ଏବେ ଓଡ଼ିଶାରେ । ଦିନକୁ ଦିନ ନୂଆ ନୂଆ ନିଷ୍ପତ୍ତି ଗ୍ରହଣ କରୁଛନ୍ତି । ଏହା ଭିତରେ ଆଜି ମଧ୍ୟ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତାହାହେଉଛି ରଥଯାତ୍ରା ଦିନ କୌଣସି ଭିଆଇପି ମନ୍ଦିର ଭିତରକୁ ପ୍ରବେଶ କରିପାରିବେନି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆସନ୍ତାକାଲି ପୁରୀରେ ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବେ । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ।