ଅଚଳ ହୋଇ ପଡିଛି ବ୍ଲକ୍ , ଆସୁନାହାଁନ୍ତି ଜିଲ୍ଲାପାଳ, ତେଜୁଛି ଜନଅସନ୍ତୋଷ
ପଟ୍ଟାମୁଣ୍ଡାଇ: ଆଜିକୁ ୪ ଦିନ ହେବ ପଟ୍ଟାମୁଣ୍ଡାଇବ୍ଲକ ସମ୍ମୁଖିରେ ସରପଞ୍ଚ ଓ ସମିତିସଭ୍ୟ ଆନେ୍ଦାଳନ କରୁଛନ୍ତି । ବ୍ଲକ୍ ମୁଖ୍ୟ ଫାଟକରେ ତାଲା ପକାଇ ସରପଞ୍ଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ଆନେ୍ଦାଳନ କରାଯାଉଛି । ଦୈନିକ ଶହ ଶହ ଲୋକ ବିଭିନ୍ନ କାର୍ଯ୍ୟ ନେଇ ବ୍ଲକ୍ ଅସୁଥିଲେ ମଧ୍ୟ ସାଧାରଣ ଜନତା ନିରାଶ ହୋଇ ଫେରୁଛନ୍ତି । ସେହିପରି ବୃଦ୍ଧ ବୃଦ୍ଧା, ବିଧବା ଭତ୍ତା ପ୍ରତିମାସ ୧୫ ତାରିଖରେ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ସରପଞ୍ଚ ଦସ୍ତଖତରେ ଭତ୍ତା ଟଙ୍କା ଉଠାଯାଏ । ଯେହେତୁ ସେମାନେ ଆନେ୍ଦାଳନରେ ବସିଛନ୍ତି ଟଙ୍କା ଉଠାଯାଇପାରୁନି । ସେମାନଙ୍କୁ ଭତ୍ତା ଦିଆଯାଇ ପାରୁନାହିଁ । ଏଭଳି ଏକ ସମ୍ବେଦନଶିଳ ଘଟଣାକୁ ଜିଲ୍ଲାପାଳ ଗୁରତ୍ୱ ଦେଉ ନଥିବା ବୁଦ୍ଧିଜୀବୀମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ ଗତ ୫ ତାରିଖରେ କାମରେ ବ୍ୟସ୍ତ ଥିବା ବେଳେ, ବଡପଡା ପଞ୍ଚାୟତ ମୂଳଗାଇ ଗ୍ରାମର ଜ୍ୟୋତି ପ୍ରକାଶ ପ୍ରଧାନ ବିଡିଓଙ୍କ ଅଫିସରେ ପଶି ପ୍ରଶ୍ନ ପଚାରିବା ଆଳରେ ବିଡିଓଙ୍କୁ ଅଶାଳିନ ବ୍ୟବହାର କରିବା ସହିତ ଚେୟାର ଉଠାଇ ବାଡେଇବାକୁ ଉଦ୍ୟମ କରିଥିବା ନେଇ ବିଡିଓ ଶ୍ରୀ ସାହୁ ଏତଲା ଦାୟର କରିଥିଲେ । ପଟ୍ଟାମୁଣ୍ଡାଇ ପୋଲିସ ଥାନାକେଶ ନଂ ୩୨୭/୨୪ରେ ଏକ ମୋକଦମା ରୁଜୁିକରିଛି । ବିଡିଓ ଶ୍ରୀ ସାହୁଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ଗତ ୬ ତାରିଖରେ ବ୍ଲକକର୍ମଚାରୀମାନେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଲମଛାଡ ଆନେ୍ଦାଳନ କରିଥିଲେ । ଅଭିଯୁକ୍ତଗିରଫ ନହେବାରୁ ୮ ତାରିଖରେ ମଧ୍ୟ ବ୍ଲକକର୍ମଚାରୀମାନେ ପୁନରାୟ ଆନେ୍ଦାଳନ କରିଥିଲେ । ସେହିପରି ୮ ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାସମ୍ମୁଖରେ ଅଭିଯୁକ୍ତଗିରଫ ଦାବିରେ ଆନେ୍ଦାଳନ ଓ ଧାରଣାରେବସିଥିଲେ । ୧୩ ତାରିଖଠାରୁବ୍ଲକ ସମ୍ମୁଖରେ ତାଲାପକାଇ ଆଜିକୁ ୪ ଦିନ ହେବସରପଂଚ ଓ ସମିତିସଭ୍ୟସଂଘ ଧାରଣାରେବସିଛନ୍ତି । ପ୍ରଶାସନ ପକ୍ଷରୁଏହି ଘଟଣାକୁ ସମାଧାନ କରିବାକୁ ତତôପରତା ପ୍ରକାଶ ପାଉନାହିଁ କି ଜିଲ୍ଲାପାଳ ଘଟଣାସ୍ଥଳକୁ ଆସୁନାହାଁନ୍ତିୁ । ଜିଲ୍ଲାପାଳ ନିଜେ ନ ଆସି କେନ୍ଦ୍ରାପଡା ତହସିଲଦାର ସ୍ମତିରଞ୍ଜନ ପ୍ରଧାନ ଓ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ, ଏସଡିପିଓ କ୍ଷମାସାଗର ପଣ୍ଡାଙ୍କୁ ଘଟଣାସ୍ଥଳକୁ ପଠାଇବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନା ପସନ୍ଦ କରାଯାଇଛି । ଜିଲ୍ଲାପାଳତୁରନ୍ତ ଏହିଘଟଣାକୁ ସମାଧାନ କରିବାକୁ ଦାବି ହେଉଛି ।