ଇଚ୍ଛାପୁର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା
କେନ୍ଦ୍ରାପଡା: କେନ୍ଦ୍ରାପଡାର ଇଛାପୁର ଠାରେ ପ୍ରସିଦ୍ଧ କାର୍ତିକେଶ୍ୱର ପୂଜା ମହା ସମାରୋହରେ ଆରମ୍ଭ ହୋଇଯାଇଛି । କାର୍ତିକ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜା ସପ୍ତାହ ବ୍ୟାପି ପାଳନ କରାଯାଇ ସାମୂହିକ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଇଛାପୁର ସ୍ଥିତ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ଚର୍ତୁପାଶ୍ୱର୍ରେ ଥିବା ଗ୍ରାମ ମାନଙ୍କରେ ଓ ରଥଦାଣ୍ଡରେ ପୂଜା ପାଉଥିବା ଦେବ ସେନାପତି କାର୍ତ୍ତିକେଶ୍ୱରଙ୍କ ମୃଣୟୀ ମୂର୍ତ୍ତି ତଥା ସାଜସଜ୍ଜା, ଆଲୋକସଜ୍ଜା ଆଦି ଦେଖିବା ପାଇଁ ବହୁ ଜନ ସମାଙ୍ଗମ ହେଉଥରବା ଦେଖିବାକୁ ମିଳୁଛି । ପ୍ରାୟ ୧୩ଟି ମେଢ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ବେଳେ ବଡ ଜାକଜମକରେ ଭସାଣି ଉସôବ କରାଯାଏ ।
ଏହା ସହ ମନୋରଞ୍ଜନ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି, ନୃତ୍ୟ, ସଙ୍ଗୀତ କାର୍ଯ୍ୟକ୍ରମ ୧୮ ଓ ୧୯ ତାରିଖ ଦୁଇ ଦିନ କରାଯାଇ ୨୦ ଓ ୨୧ ତାରିଖ ଦୁଇ ଦିନ ଭସାଣି ଉସôବ ଅନୁଷ୍ଠିତ ହେବ ବୋଲି ଥାନପତି ମେଢ କମିଟିର ସଭାପତି ଅକ୍ଷୟ ମେକାପ ସୂଚନା ଦେଇଛନ୍ତି ।