୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଜାଣନ୍ତୁ କେଉଁ କେଉଁ ଜିଲ୍ଳା ?

RAIN IN ODISHA

୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଜାଣନ୍ତୁ କେଉଁ କେଉଁ  ଜିଲ୍ଳା ?

ସବୁଦିନ ବର୍ଷା, ତଥାପି ନିଅଣ୍ଟିଆ
ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ଅବପାତ ସକ୍ରିୟ ରହିଛି  । ଏହାର ପ୍ରଭାବରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ  । ସେହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି  । ଏହାଛଡ଼ା କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ଅବପାତ ପ୍ରଭାବରେ ୫୦ରୁ ୬୦ କିମି ବେଗରେ ବତାସ ବହିବାର ସମ୍ଭାବନା ରହିଛି  । ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି  ।  

ସବୁଦିନ ବର୍ଷା କାଚୁଛି  । ନଦୀ ଓ ଜଳଭଣ୍ଡାରରେ ଜଳସ୍ତର ବି ବଢୁଛି  । ହେଲେ ଏବେବି ରାଜ୍ୟର ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି  । ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଓ କନ୍ଦମାଳ  । ଅପରପକ୍ଷରେ ମୟୂରଭଞ୍ଜ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ସ୍ୱାଭାବିକ ବର୍ଷା ହୋଇଛି  । ଯେତେେବେଳକି କୋରାପୁଟରେ ପ୍ରବଳ ଓ ମାଲକାନାଗିରିରେ ଅତି ପ୍ରବଳ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି  । ଜୁନ୍‌ ପହିଲାରୁ ଏଯାବତ୍‌ ରାଜ୍ୟରେ ୯୬୩.୫ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି  ।