ଶୋଇବାଘର ପାଇଁ କେଉଁ ରଙ୍ଗ ଶୁଭ 

Bedroom

ଶୋଇବାଘର ପାଇଁ କେଉଁ ରଙ୍ଗ ଶୁଭ 

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ରଙ୍ଗ ମଣିଷର ମାନସିକ ସ୍ଥିତି ଓ ଶାରୀରିକ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଉପରେ ଗଭୀର ପ୍ରଭାବ ପକାଇଥାଏ  । ବିଶେଷ କରି ଶୋଇବାଘରର ରଙ୍ଗ ଖୁବ ବେଶି ମହତ୍ୱ ରଖିଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ଶୋଇବାଘର ପାଇଁ କେଉଁ ରଙ୍ଗ ଚୟନ କରିବା ଭଲ ହେବ....

  • ଧଳା ରଙ୍ଗ : ଧଳା ରଙ୍ଗ ଶାନ୍ତି ଓ ଶୁଦ୍ଧତାର ପ୍ରତୀକ ଅଟେ  । ଏହି ରଙ୍ଗ ଶୋଇବାଘରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥାଏ  । ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ଶୋଇବା ସମୟରେ ଭଲ ନିଦ ମଧ୍ୟ ହୁଏ  । କେବଳ ଯେ ଶୋଇବାଘର ତାହା ନୁହେଁ ଘରର ଅନ୍ୟ ଭାଗରେ ମଧ୍ୟ ଧଳା ରଙ୍ଗ ଉପଯୋଗ କରିବା ବେଶ୍‌ ଶୁଭ ହୋଇଥାଏ । 
  • ହାଲୁକା ସବୁଜ ରଙ୍ଗ : ହାଲୁକା ସବୁଜ ରଙ୍ଗ ଶାନ୍ତି ଉତ୍ପନ୍ନ କରିଥାଏ  । ଏହା ସ୍ୱାସ୍ଥ୍ୟ ପାଇଁ ବିଶେଷ ଶୁଭପ୍ରଦ ହୋଇଥାଏ । ସକାରାତ୍ମକ ଉର୍ଜା ବଢ଼ାଇଥାଏ । ଏହା ଚାପ କମ କରିବା ସହିତ ମାନସିକ ଶାନ୍ତି ପ୍ରଦାନ କରିଥାଏ । 
  • ପିଙ୍କ ରଙ୍ଗ : ବାସ୍ତୁ ଅନୁସାରେ ଏହି ରଙ୍ଗ ଶୋଇବାଘର ପାଇଁ ବହୁତ ଭଲ ହୋଇଥାଏ । ଏହି ରଙ୍ଗ ପ୍ରେମ ଓ ସମର୍ପଣର ଭାବନାକୁ ବୃଦ୍ଧି କରିଥାଏ ତେଣୁ ଏହାକୁ ପ୍ରେମର ରଙ୍ଗବୋଲି କୁହାଯାଇଥାଏ । ଏହି ରଙ୍ଗ ସକରାତ୍ମକ ଶକ୍ତି ବୃଦ୍ଧି କରିବା ସହ ମାନସିକ ଶାନ୍ତି ଦେଇଥାଏ  । 
  • ନୀଳ ରଙ୍ଗ : ନୀଳ ରଙ୍ଗ ଶାନ୍ତି ଓ ଆରାମର ପ୍ରତୀକ ଅଟେ  । ଏହି ରଙ୍ଗ ମାନସିକ ଶାନ୍ତି ପ୍ରଦାନ କରିବା ସହ ଥଣ୍ଡା ଅନୁଭବ ଦେଇଥାଏ । ଏହା ବାତାବରଣରେ ସକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ  । କିନ୍ତୁ ଶୋଇବାଘରକୁ ଗାଢ଼ ନୀଳ ରଙ୍ଗ କରନ୍ତୁ ନାହିଁ କାରଣ ଏହା ଉଦାସ ଭାବ ଉତ୍ପନ୍ନ କରିଥାଏ  ।