ଆସନ୍ତୁ ଜାଣିବା ଖରାଦିନେ ଆମ୍ବ ଖାଇଲେ କେଉଁ ସବୁ ରୋଗରୁ ରକ୍ଷା ମିଳେ ?

ଓଜନ ନିୟନ୍ତ୍ରଣ ରଖେ ଆମ୍ବ :- ଖରା ଦିନେ ଆମ୍ବ ସ୍ୱାସ୍ଥ୍ୟ ପାଇଁ ବିଶେଷ ଫଳପ୍ରଦ । ଏହା ଖାଇବାକୁ ଯେମିତି ମିଠା ସ୍ୱାସ୍ଥ୍ୟ ଲାଗି ମଧ୍ୟ ସେତିକି ଉପକାରୀ । ଖରାଦିନେ ଏହାକୁ ଖାଇବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ । ଆମ୍ବରେ ସୋଡିୟମ, ପୋଟାସିୟମ, ଆଇରନ ଓ ଟିଭାମିନ-ସି' ପ୍ରଚୁର ମାତ୍ରାରେ ରହିଛି । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ମଜଭୁତ ହୁଏ । ଥକ୍କାପଣ ଦୂର ହୁଏ । ଏହା ବ୍ୟତୀତ ଆମ୍ବ ଖାଇବା ଦ୍ୱାରା ଭୋକ କମ ହୁଏ । ଯେଉଁଥିପାଇଁ ଶରୀରର ଓଜନ ହ୍ରାସ ଘଟେ । ଆସନ୍ତୁ ଜାଣିବା ଖରାଦିନେ ଆମ୍ବ ଖାଇଲେ କେଉଁ ସବୁ ରୋଗରୁ ରକ୍ଷା ମିଳେ ।
ହୃଦୟ ସୁସ୍ଥ ରୁହେ
ଆମ୍ବରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ, ଆଣ୍ଟିଅକ୍ସିଡାଣ୍ଟ, ପଟାସିୟମ୍ ଭଳି ଗୁଣ ରହିଛି । ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ମଧ୍ୟ କମ୍ ରହିଥାଏ ।
ଓଜନ ବଢ଼ିବାକୁ ଦିଏନି
ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଖରାଦିନେ ନିଶ୍ଚୟ ଡାଏଟରେ ଆମ୍ବ ସାମିଲ କରନ୍ତୁ । ଏହାକୁ ଅଳ୍ପ ମାତ୍ରାରେ ଖାଇଲେ ମଧ୍ୟ ଏହା ଓଜନ ହ୍ରାସ କରିବ । ଏଥିରେ ଥିବା ଫାଇବର ଅଧିକ ସମୟ ପର୍ଯ୍ୟନ୍ତ ଭୋକ ହେବାକୁ ଦେବ ନାହିଁ । କାରଣ ଆମ୍ବ ଖାଇଲା ପରେ ଭୋକ ହୁଏ ନାହିଁ ଯାହା ଓଜନ କମ୍ କରିବାରେ ସହାୟକ ହୋଇଥାଏ ।
ଡାଇବେଟିସ୍ ନିୟନ୍ତ୍ରଣ ରହିବ
ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଆମ୍ବ ବିଶେଷ ଫଳପ୍ରଦ । ଏହା ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଥିବା ଏନ୍ଥୋସାଇନିଡିନ୍ସ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହାକି ଡାଇବେଟିସ - ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
ଇମ୍ୟୁନିଟି ମଜଭୁତ କରେ
ଆମ୍ବରେ ଭିଟାମିନ୍-ସିର ବହୁ ଉତ୍ତମ ସ୍ରୋତ ରହିଛି । ଏହା ସେବନ କରିବା ଦ୍ୱାରା ଇମ୍ୟୁନିଟି ମଜଭୁତ ହୋଇଥାଏ । ଏଥିଯୋଗୁ ବହୁ ମାରାତ୍ମକ ରୋଗ ହେବାର ଆଶଙ୍କାକୁ କମ୍ କରିଥାଏ ।
ପାଚନତନ୍ତ୍ର ସୁସ୍ଥ ରହେ
ଏଥିରେ ଥିବା ଫାଇଭର ପାଚନତନ୍ତ୍ରକୁ ମଧ୍ୟ ଉତ୍ତମ ରଖିଥାଏ । ଏଥିରେ ଥିବା ଏଞ୍ଜାଇମ୍ ପାଚନ ଶକ୍ତି ବଢ଼ାଇଥାଏ । ନିୟମିତ ରୂପରେ ଆମ୍ବ ଖାଇଲେ ପାଚନ ତନ୍ତ୍ର ଠିକ୍ ରହିଥାଏ ।
କ୍ୟାନସର ହେବାର ଭୟ ଦୂର
ଆମ୍ବରେ ପଲିଫେନୋଲ୍ସ ନାମକ ତତ୍ତ୍ୱ ରହିଛି, ଯାହାକି ଚିନ୍ତା ସହିତ ଲଢେ଼ଇ କରିବାରେ ସହାୟକ ହୁଏ । ଆମ୍ବ ଖାଇବା ଦ୍ୱାରା କୋଲନ, ହୃଦୟ ପ୍ରୋଷ୍ଟେଟ ଓ ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା କମ୍ ରହିଥାଏ ।
ଆଖି ସୁସ୍ଥ ରହେ
ଏହା ଆଖି ଲାଗି ଫଳପ୍ରଦ । ଏଥରେ ଥିବା ଭିଟାମିନ୍- ଏ ଉତ୍ତମ ମାତ୍ରାରେ ରହିଛି । ଏମିତିରେ ଆମ୍ବ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହେବାରେ ସହାୟକ ହୋଇଥାଏ ।