କଳସ କରିଥାଏ ବାସ୍ତୁଦୋଷ ଦୁର

କଳସ କରିଥାଏ ବାସ୍ତୁଦୋଷ ଦୁର

ଘରେ କୌଣସି ବାସ୍ତୁଦୋଷ ଥିଲେ ବହୁ ପ୍ରକାରର ଅଶାନ୍ତି ଉପୁଜିଥାଏ ବୋଲି ବିଶ୍ୱାସ ରହିଛି । ସମସ୍ୟା ଅଛି ତ ସମାଧାନ ମଧ୍ୟ ଅଛି ।ତେଣୁ ଏହି ବାସ୍ତୁଦୋଷକୁ ସହଜରେ ଦୂର କରିବା ପାଇଁ ବାସ୍ତୁଶାସ୍ତ୍ରରେ କିଛିଟା ସହଜ ପ୍ରତିକାରର ଉପାୟ ରହିଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ:- 

  • ଗୃହର ମୁଖ୍ୟ ଦ୍ୱାରରେ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ କରିବା ଶୁଭଫଳ ଦେଇଥାଏ । କୁହାଯାଏ, ଏହି ଚିହ୍ନର ପ୍ରଭାବରେ ଘରୁ ନକାରାତ୍ମକ ଊର୍ଜା ହ୍ରାସ ହୋଇଥାଏ ।
  •  ଐଶାନ୍ୟ କୋଣରେ କଳସ ସ୍ଥାପନ କରିବାଦ୍ୱାରା ମଧ୍ୟ ବାସ୍ତୁଦୋଷ ଦୁର ହୋଇଥାଏ  । କଳସ ହେଉଛନ୍ତି ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କର ଏକ ସ୍ୱରୂପ ବୋଲି କୁହାଯାଏ । ତେଣୁ କଳସ ସ୍ଥାପନ କଲେ କ୍ରମେ ଘରର ପରିସ୍ଥିତିରେ ଅନେକ ସୁଧାର ଆସିଥାଏ ବୋଲି ବିଶ୍ୱାସ କରାଯାଏ ।  
  •  ଘୋଡ଼ା ନାଲର ବାସ୍ତୁଶାସ୍ତ୍ରରେ ଅନେକ ଗୁରୁତ୍ୱ ରହିଛି । କୁହାଯାଏ ଯେ, ଏହି ନାଲକୁ ଘରର ମୁଖ୍ୟଦ୍ୱାର ନିକଟରେ ଟଙ୍ଗାଇବାଦ୍ୱାରା ବାସ୍ତୁଦୋଷ ଦୂର ହେବା ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
  •   ଉତ୍ତର-ପୂର୍ବ, ଦକ୍ଷିଣ-ପୂର୍ବ କିମ୍ବା ପୂଜାଘରେ ଝାଡୁ ରଖିବା ଅଶୁଭ ହୋଇଥାଏ । ଏହା ବାସ୍ତୁଦୋଷକୁ ଡାକି ଆଣିଥାଏ ବୋଲି କୁହାଯାଏ ।ତେଣୁକରି, ଘରର ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ କୋଣରେ ଝାଡ଼ୁ ରଖିବା ଉଚିତ୍ ।
  • ଘରର ମୁଖ୍ୟଦ୍ୱାର ଦକ୍ଷିଣମୁହାଁ  ହୋଇଥିଲେ ପ୍ରବେଶ ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇବା ବିଶେଷ ଶୁଭ ହୋଇଥାଏ ।