ନିୟମିତ ସାଲାଡ୍ ଖାଆନ୍ତୁ!
ସାଲାଡରେ ପର୍ଯ୍ୟାପ୍ତ ମାତ୍ରାରେ ନୁ୍ୟଟିଏଣ୍ଟ୍ସ୍ ଏବଂ ଫାଇବର୍ ରହିଥାଏ, ଯାହାକି ଆମକୁ ସୁସ୍ଥ ରଖିବାରେ ଯଥେଷ୍ଟ ଭୂମିକା ରହିଛି । ଯଦି ଆମର ଖାଦ୍ୟରେ ପ୍ରତିଦିନ ସାଲାଡ଼୍କୁ ସାମିଲ୍ କରାଯାଏ ତେବେ କିଡ୍ନୀ ରୋଗ ଭଳି ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ । ଏହା ଆମର କି କିି ଉପକାରରେ ଆସିପାରେ, ସେ ସମ୍ପର୍କରେ ଜାଣିରଖନ୍ତୁ....
- ସାଲାଡ଼୍ରେ ଯଥେଷ୍ଟ ଫାଇବର ଥିବାରୁ ଏହା ଶରୀରରୁ ବର୍ଜ୍ୟ ଜିନିଷ ବାହାର କରିବାରେ ସହାୟକ ହୁଏ । ଫଳରେ କିଡ୍ନୀ ସଠିକ୍ ରୂପେ ପରିଚାଳିତ ହୁଏ ।
- ଏଥିରେ ଥିବା ଏଞ୍ଜାଇମ୍ସ୍ ଖାଦ୍ୟ ହଜମ ପ୍ରକି୍ରୟାକୁ ସହଜ କରିପାରେ । ରକ୍ତ ସଞ୍ଚାଳନରେ ସୁଧାର ଆସିବା ସହ ତ୍ୱଚାରେ ଉଜ୍ଜ୍ୱଳ୍ୟତା ଆସିଥାଏ । କ୍ୟାନସର୍ ସେଲ୍ ତିଆରି ହେବାରୁ ମଧ୍ୟ ସାଲାଡ୍ ବଞ୍ଚାଇଥାଏ ।
- ଖାଇବାରେ ସାଲାଡ଼୍କୁ ସାମିଲ୍ କଲେ ପେଟ ଜଲ୍ଦି ଭରିଯାଏ । ଫଳରେ ଆମେ ଅଧିକ ଖାଇବାରୁ ବଞ୍ଚିତ ହେଉ । ଯାହାକି ମୋଟାପଣକୁ କମ୍ କରିବାରେ ସାହାଯ୍ୟ କରେ ।
- ନିୟମିତ ସାଲାଡ୍ ଖାଇଲେ ଦାନ୍ତର ଏକପ୍ରକାର ବ୍ୟାୟାମ ହୋଇଯାଏ । ଫଳରେ ଦାନ୍ତ ଓ ମାଂସପେଶୀ ଶକ୍ତ ହୁଏ । ଏହା ମଧ୍ୟ କୋଲେଷ୍ଟଲ୍କୁ କମ୍ କରିବା ସହ ହୃଦ୍ରୋଗ ଆଶଙ୍କାକୁ ଦୂର କରେ ।
- ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଥଣ୍ଡା, କାଶ ଭଳି ସମସ୍ୟାକୁ ଦୂର କରିପାରେ । ଏଥିସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୁଏ ।
- ନିୟମିତ ସାଲାଡ୍ ଖାଇଲେ ଏସିଡ଼୍ ମାତ୍ରା ନିୟନ୍ତ୍ରଣାଧିନ ରହିଥାଏ । ଫଳରେ ଏସିଟିଡି ସମସ୍ୟା ରହେନାହିଁ ।