ଜାଣି ରଖନ୍ତୁ ପେଟ ରୋଗ ଲାଗି ଟିପ୍ସ

ଜାଣି ରଖନ୍ତୁ ପେଟ ରୋଗ  ଲାଗି  ଟିପ୍ସ

ଶରୀରର  ପେଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇବା ପାଇଁ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ହଜମ ପ୍ରକ୍ରିୟା ଠିକ ସେତେବେଳେ ରହିଥାଏ ଯେତେବେଳେ କୋଲନ ଅର୍ଥାତ ବଡ଼ ଅନ୍ତନଳୀ ସୁସ୍ଥ ରହିଥାଏ । ବଡ଼ ଅନ୍ତନଳୀରେ ମଇଳା ଜମା ହେବା କାରଣରୁ ପେଟ ରୋଗ ହୁଏ। ପେଟକୁ ସଫା ରଖିବା ଦ୍ୱାରା ମେଟାବୋଲିକ ସିଷ୍ଟମ ବୃଦ୍ଧି ପାଇଥାଏ । ଅନେକ ରୋଗରୁ ରକ୍ଷା ମିଳିଥାଏ। 

ଯଦି ଆପଣ ଅନ୍ତନଳୀକୁ ସଫା କରିବାକୁ ଚାହାଁନ୍ତି ତେବେ ଉଚ୍ଚ ଫାଇବର ଡାଏଟ ନେବା ଆରମ୍ଭ କରନ୍ତୁ। ଉଚ୍ଚ ଫାଇବର ଖାଦ୍ୟରେ ପ୍ରାକୃତିକ କ୍ଲିନ୍‌ଜିଂ ଗୁଣ ଅନ୍ତର୍ଭୁକ୍ତ। ଏଥିପାଇଁ ଆପଣ ଖାଦ୍ୟରେ ସେଓ, କମଳା, କାକୁଡି କିମ୍ବା ଆଲୋ ଭେରା ଭଳି ଜିନିଷ ସାମିଲ କରିପାରିବେ।

ଅନ୍ତନଳୀକୁ ସଫା କରିବା ପାଇଁ ପ୍ରତିଦିନ ପନିପରିବା ରସ ପିଅନ୍ତୁ। ଆପଣ ଲାଉ, ଟମାଟୋ, ପାଳଙ୍ଗ, ବିଲାତି ବାଇଗଣ, କଲରା, ଅଦା ଆଦି ଜିନିଷରୁ ପ୍ରସ୍ତୁତ ରସ ପିଇପାରିବେ। ଏହି ରସ ଅନ୍ତନଳୀରୁ ମଇଳା ବାହାର କରିବା ପାଇଁ କାମ କରେ ଏବଂ ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।

କ୍ଷୀରରେ କ୍ୟାଲସିୟମ, ଫ୍ୟାଟ ଏବଂ କାର୍ବୋହାଇଡ୍ରେଟ ଭଳି ଅନେକ ଉପକାରୀ ଉପାଦାନ ମିଳିଥାଏ। ଡାକ୍ତରମାନେ କହିଛନ୍ତି ଯେ ଯଦି ଆପଣ ସକାଳେ ଜଳଖିଆ ସହିତ ଏକ ଗ୍ଲାସ କ୍ଷୀର ପିଅନ୍ତି, ତେବେ ଏହା ଅନ୍ତନଳୀକୁ ସଫା କରିବା ଭଳି କାର୍ଯ୍ୟ କରିଥାଏ। କ୍ଷୀର ପିଇବା ଆମ ସ୍ବାସ୍ଥ୍ୟ ପାଇଁ ଅନେକ ବଡ଼ ଉପକାର କରିଥାଏ।

ଅନ୍ତନଳୀ ସଫା କରିବାରେ ଉଷୁମ ଜଳ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ୨-୩ ଗ୍ଲାସ ଉଷୁମ ପାଣି ପିଅନ୍ତ। ଏହାକୁ ପିଇବା ପରେ, ଯେତେବେଳେ ଆପଣ ଶୌଚାଳୟକୁ ଯିବେ ସେତେବେଳେ ଆପଣ ଆରାମ ଅନୁଭବ କରିବେ। ଅନ୍ତନଳୀ ସଫା କରିବା ପାଇଁ ଏହା ଏକ ଉତ୍ତମ ଉପାୟ ଭାବରେ ବିବେଚନା କରାଯାଏ।