ବିଜେଡ଼ିକୁ ବୁଡ଼ାଇବେ ୫ ହାରୁ ନେତା : ଅମରେଶ
Biju Janata Dal, Naveen Patnaik
ଭୁବନେଶ୍ୱର : ୫ ହାରୁ ନେତା ବିଜେଡ଼ିକୁ ବୁଡ଼ାଇ ଦେବେ । ସେମାନେ ପ୍ୟାରୀଙ୍କୁ ବୁଡ଼ାଇ ଦେଇଥିଲେ । ଏବେ ନବୀନଙ୍କୁ ବି ବୁଡ଼ାଇଦେବେ । ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ନେତାଙ୍କୁ ଦଳରେ ଅବହେଳା କରାଯାଉଛି । ମୂଷା ହୋଇ ବିଜେଡ଼ିର ଚେର କାଟି ଚାଲିଛନ୍ତି । ଗୋଟିଏ ଲୋକ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି । ବିଜେଡ଼ି କଳିକୁ ନେଇ ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଯୁବନେତା ଅମରେଶ ଜେନା । ସେହିପରି ବିଜେଡ଼ି ନେତା ବିରଞ୍ôଚ ମହାସୁପକାର ମଧ୍ୟ ଏନେଇ କେତେକ ବରିଷ୍ଠ ନେତାଙ୍କ ଉପରେ ବର୍ଷିଛନ୍ତି ।