ଯୁବତୀଙ୍କୁ ଆକ୍ରମଣ, ୨ କୋର୍ଟଚାଲାଣ
ନୀଳଗିରି : ପଞ୍ଚଲିଙ୍ଗେଶ୍ୱର ନିକଟରେ ଜଣେ ନାବାଳିକାଙ୍କୁ କମେଣ୍ଟ ମାରିବା ସହ ତାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ବାଲେଶ୍ୱର ଫୁଲାଡି ଅଞ୍ଚଳର ବେଲବାଡ଼ିଆର ଚନ୍ଦନ ଜେନା (୨୩), ଗୌତମ ଜେନା (୨୦) । ଗତ ୨୬ରେ ସମ୍ପୃକ୍ତ ୨ ଯୁବକ ସେହି ଯୁବତୀଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଏହି ଦୁଇଜଣଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ । ନାବାଳିକାଙ୍କ ଦାଦାଙ୍କ ଅଭିଯୋଗ କ୍ରମେ ପୁଲିସ୍ କେସ୍ ନଂ ୧୪୪/୨୫ ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି ।