ଶିକ୍ଷକ ଖଗେଶ୍ୱର ପାଇଲେ ଉକ୍ରଳ ଜ୍ୟୋତି ସମ୍ମାନ

 ଦାନଗଦୀ : ଏହି ବ୍ଳକର ବୀଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ଖଗେଶ୍ୱର ଦାଶଙ୍କୁ ଉକ୍ରଳ ଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଛି । କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା, ଜୟ ଦେବ ସଂସ୍କୃତି ପରିଷଦ ଓ ବିଶ୍ୱଦେବ ସମାଜ ମିଳିତ ଅନୁକୁଲ୍ୟ ୨୫ତମ ରାଜ୍ୟସ୍ତରୀୟ ପ୍ରତିଭା ପୂଜା ଓ ପ୍ରତିଭା ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଶିକ୍ଷକ ଖଗେଶ୍ୱରଙ୍କୁ ସମ୍ମାନିତ କରାଯାଇଥିଲା । ମହାସମାରୋହରେ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, କଟକ ବିଧାୟକ ପ୍ରକାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।