କୋରାପୁଟ ପାଇଲା ପ୍ରଧାନମନ୍ତ୍ରୀ ନାଗରିକ ପ୍ରଶାସନ ଉକ୍ରର୍ଷ ସମ୍ମାନ

 ଭୁବନେଶ୍ୱର  : ଜନସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଜିଲ୍ଲା ପ୍ରଶାସନକୁ ସମନ୍ୱିତ ବିକାଶ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଉକôର୍ଷ ନାଗରିକ ପ୍ରଶାସନ ସମ୍ମାନରେ ସମ୍ମାନିତ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ୨୦୨୪ ବର୍ଷ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଛନ୍ତି  । ଏହି ଜାତୀୟ ଖ୍ୟାତି କେବଳ କୋରାପୁଟ ନୁହେଁ ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ  । ବିଗତ ୧୮ ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ୧୧ଟି ପ୍ରମୁଖ ଯୋଜନାର ସଫଳ ରୂପାୟନ କରି କୋରାପୁଟ ଜିଲ୍ଲା ପ୍ରଶାସନ ଜନଜାତି ସଂପ୍ରଦାୟର ଜୀବନଜୀବିକାରେ ଆଶାତୀତ ଉନ୍ନତି ଆଣି ଅନ୍ତର୍ଭୁକ୍ତି ବିକାଶ ଏବଂ ପ୍ରଗତିର ଏକ ନୂତନ ସୂର୍ଯ୍ୟୋଦୟ ଆଣିପାରିଛି  ।
ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ସକ୍ଷମ ଅଙ୍ଗନବାଡି ଓ ପୋଷଣ ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଓ ମୁକ୍ତ ବିଜୁଳି ଯୋଜନା, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା, କିଷାନ କାର୍ଡ, ମିଶନ ଟିକାକରଣ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଘର ଘର ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଭଳି ଜନକଲ୍ୟାଣକାରୀ ଯୋଜନାଗୁଡିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ସଫଳତା ଆଣି କୋରାପୁଟ ଜିଲ୍ଲା ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି । ପୁରସ୍କାର ଗ୍ରହଣ କରି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ ଏହି ପୁରସ୍କାର କୋରାପୁଟର ପ୍ରତ୍ୟେକ ନାଗରିକଙ୍କ ସତ୍ୟନିଷ୍ଠାତା, ଉକôୃଷ୍ଟତା ଏବଂ ପ୍ରଗତି ପାଇଁ ଥିବା ଦୃଷ୍ଟିଭଙ୍ଗୀକୁ ପ୍ରୋସôାହିତ କରିବ  । ଏହି ପୁରସ୍କାର ଜିଲ୍ଲା ପ୍ରଶାସନର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ସତ୍ୟନିଷ୍ଠ ଓ ସାମୂହିକ ପ୍ରୟାସ ତାସହ କଠିନ ପରିଶ୍ରମର ଫଳ । ଏହି ପୁରସ୍କାର କୋରାପୁଟର ଜନସାଧାରଣ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ସମାବେଶୀ ଓ ସମନ୍ୱିତ ବିକାଶ ନିମନ୍ତେ ଥିବା ସେମାନଙ୍କ ପ୍ରଚେଷ୍ଟାକୁ ଅଧିକ ସଶକ୍ତ କରିବ  । ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ପ୍ରତିପାଦନ କରି ଜିଲ୍ଲା ପ୍ରଶାସନ ଏହି ସଫଳତା ହାସଲ କରପାରିିଛି ବୋଲି ସେ କହିଛନ୍ତି  । ଏହି ସମ୍ମାନ ଜାତୀୟ ସ୍ତରରେ କୋରାପୁଟର ପ୍ରତିଷ୍ଠାକୁ ସ୍ୱୀକୃତି ଦେବା ସହ ଅନ୍ୟ ଜିଲ୍ଲାଗୁଡିକୁ ଅନୁପ୍ରାଣିତ କରିବ ।