ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଡିସିପିଙ୍କ ପ୍ରତିକ୍ରିୟା
କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଗିରଫ ଦିଦି ଓରଫ୍ ସୁନିତା ଦାସକୁ ବାରିପଦା ନେଇ ଟି-ଆଇ ପରେଡ କରିବ କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା । ଘଟଣାରେ ବାଂଲାଦେଶ ହାଇକମିଶନରଙ୍କୁ ଚିଠି ଲେଖିଛି କମିସନରେଟ୍ ପୋଲିସ । ଆହୁରି କିଛି ଗିରଫ ହେବାକୁ ଏବେବି ବାକି ଅଛନ୍ତି । ଆବଶ୍ୟକ ପଡିଲେ କଲିକତା ପୋଲିସ ସହ ଏହି ଘଟଣାରେ ଯୋଗାଯୋଗ କରିବ କମିସନରେଟ ପୋଲିସ । ଗିରଫ ମହିଳାଙ୍କ ମୋବାଇଲ ପୋଲିସ ଜବତ କରିଛି,ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଏହି ମହିଳା ନାବାଳିକାକୁ ଦେହ କାରବାରରେ ନିୟୋଜିତ କରିଥିଲେ । ଗିରଫ ସୁନୀତା ବାରିପଦାରେ ନାବାଳିକାଙ୍କୁ ୨୨ ଦିନ ଦେହ ବ୍ୟବସାୟରେ ନିୟୋଜିତ କରିବା ଘଟଣା ପଛର ମୁଖ୍ୟ କାର୍ପଟଦାର। ବାରିପଦା ଭଞ୍ଜପୁର ଥାନା ମାଇନିଂ କଲୋନୀର ଦିଦିକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୁପାଟଣା ଥାନା ପୋଲିସ । ବାଂଲାଦେଶୀ ଯୁବତୀଙ୍କୁ ବାଲେଶ୍ଵର ବାରିପଦା ଭଦ୍ରକ ଯାଜପୁର ଚାଲାଣ କରୁଥିଲା ଦିଦି । କମିଶନରେଟ ପୋଲିସ ସ୍କାନରରେ ଥିଲା ଦିଦି ଓରଫ୍ ସୁନିତା ଦାସ। କଟକରୁ ଉଦ୍ଧାର ନାବାଳିକା ଦଲାଲ୍ ସୁନିତା ଦାସ ବିଷୟରେ ପୋଲିସକୁ କହିଥିଲା। ସୁନୀତାର ମୋବାଇଲକୁ ପୋଲିସ ଜବତ କରି ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରୁଛି ।