ପୁରୀରେ କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ 

 ଭୁବନେଶ୍ୱର  : ଓଡ଼ିଶାକୁ ଏକ ବୈଷୟିକ ଡିଜିଟାଲ ହବ୍ରେ ପରିଣତ କରିବା ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀଠାରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବାକୁ ପଦକ୍ଷେପ ନେଉଛି । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରାଜ୍ୟର ଡିଜିଟାଲ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବା ସହ ଡାଟା ସେଣ୍ଟରରେ ନିବେଶକୁ ତ୍ୱରାନ୍ୱିତ କରିବ ଏବଂ ଉଚ୍ଚସ୍ତରୀୟ ପ୍ରଯୁକ୍ତିବିଦ୍ୟାକୁ  ଆକୃଷ୍ଟ କରିବା ଦ୍ୱାରା  ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ରେଳଟେଲ ଏବଂ ଡେଲ୍ଏଟ୍ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଉଥିବା ପ୍ରକଳ୍ପର ଡିପିଆର ଅଗ୍ରଗତି ସମୀକ୍ଷା କରିଛନ୍ତି । ଭବିଷ୍ୟତକୁ ଦୃଷ୍ଟିରେ ରଖିବା ସହ ଏହାର  କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ହାଇପରସ୍କେଲର୍ସ ଏବଂ ଏଥି ସହିତ ଜଡ଼ିତ  ପ୍ରମୁଖ ସଂସ୍ଥାମାନଙ୍କ  ସହ ଶିଳ୍ପ ପରାମର୍ଶର ଆବଶ୍ୟକତା ଉପରେ ଶ୍ରୀ  ଆହୁଜା ଗୁରୁତ୍ୱାରୋପ କରିଥିଲେ । ଆଗାମୀ ତିନି ବର୍ଷ ମଧ୍ୟରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଉପରେ ଧ୍ୟାନ ଦେଇ ପ୍ରକଳ୍ପ ଅନୁମୋଦନ ପାଇଁ ଡିପିଆର ଶୀଘ୍ର ଦାଖଲ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ଏହି ବୈଠକରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓକାକ୍ର ପରିଚାଳନା ନିଦେ୍ର୍ଦଶକ ମାନସ ରଞ୍ଜନ ପଣ୍ଡା, ରେଳଟେଲ୍ର ପ୍ରମୁଖ କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ ଜାକିର ହୁସେନ୍ ସିଦ୍ଦିକି, ଓକାକର  ବୈଷୟିକ ପରାମର୍ଶଦାତା ଅଭିନ୍ନ କୁମାର ପହି ଏବଂ ଇଲେକ୍ଟ୍ରୋନିକ୍ସ  ଏବଂ ଆଇଟି ବିଭାଗ, ରେଳଟେଲ ଏବଂ ଡେଲଏଟ୍ ର  ଅଧିକାରୀଗଣ ଏହି ବୈଠକରେ ଉପସ୍ଥିତ ଥିଲେ ।