ପୁଣି ହଟ୍ଟଗୋଳ,୪ଟା ଯାଏ ଗୃହ ମୁଲତବୀ

ପୁଣି ହଟ୍ଟଗୋଳ,୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପୁଣି ମୁଲତବୀ କରିଛନ୍ତି । ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଚାଷୀ ପ୍ରସଙ୍ଗରେ ବିଜେଡି ସଦସ୍ୟ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଯୋଗୁ ବାଚସ୍ପତି ଗୃହକୁ ପ୍ରଥମେ ୧୨ଟା ଯାଏ ଗୃହକୁ ମୁଲତବୀ କରିଥିଲେ । ପରେ ୧୨ଟା ପରେ ଗୃହ ଆରମ୍ଭ ହୋଇଥିଲା । ହେଲେ ବିଜେଡି ସଦସ୍ୟ ପୁଣି ଚାଷୀ ପ୍ରସଙ୍ଗରେ ନାରାବାଜି କରିବା ସହ ହୋହାଲ୍ଲା କରିଥିଳେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ଆଇନଶୃଙ୍ଖଳା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ସେହିପରି କଟନୀଛଟନୀ ଅଭିଯୋଗରେ ବିେଜେଡି ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।