ଜବତରେ ଇସିଆଇଙ୍କ ରେକର୍ଡ

Election Commission

ଜବତରେ ଇସିଆଇଙ୍କ ରେକର୍ଡ
ଜବତରେ ଇସିଆଇଙ୍କ ରେକର୍ଡ

ଦେଶରେ ୪୬୫୮ କୋଟି, ଓଡ଼ିଶାରେ ୧୦୭ କୋଟି 
ଦିନକୁ ଧରା ହେଉଛି ଶହେ କୋଟିର ସାମଗ୍ରୀ

ଭୁବନେଶ୍ୱର : ନିର୍ବାଚନ ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଆଜିକାଲି ସାଧାରଣ କଥାରେ ପରିଣତ ହେଲାଣି  । ତେବେ ଏହା ଉପରେ ନିର୍ବାଚନ କମିଶନ ନିଘା ରଖିଛନ୍ତି  । ଯେଉଁଥିପାଇଁ ନିର୍ବାଚନ ପୂର୍ବରୁ ରେକଡର଼୍ ପରିମାଣର ଟଙ୍କା, ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇସାରିଲାଣି  । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଏଯାବତ ଦେଶରେ ୪୬୫୮ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିବାବେଳେ ଓଡ଼ିଶାରୁ ୧୦୭ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ଟଙ୍କା, ଡ୍ରଗ୍ସ ଓ ଅନ୍ୟାନ୍ୟ ପ୍ରଲୋଭନ ସାମଗ୍ରୀ ଜବତ ହୋଇଛି  ।

ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଏଯାବତ ଦେଶରେ ୩୯୫ କୋଟିର ନଗଦ ଟଙ୍କା ଜବତ ହୋଇଛି  । ସେହିପରି ସାଢେ଼ ୩ କୋଟି ଲିଟର ମଦ ଜବତ ହୋଇଥିବାବେଳେ ଏହାର ମୂଲ୍ୟ ୪୮୯ କୋଟିରୁ ଅଧିକ ହେବ  । ଅପରପକ୍ଷରେ ୨୦୬୮ କୋଟି ଟଙ୍କାର ଡ୍ରଗ୍ସ, ୫୬୨ କୋଟି ଟଙ୍କାର ମୂଲ୍ୟବାନ ଧାତବ ସାମଗ୍ରୀ ଓ ୧୧୪୨ କୋଟିର ପ୍ରଲୋଭନ ସାମଗ୍ରୀ ଜବତ କରାଯାଇଛି  ।

ଯେତେବେଳେକି ଓଡ଼ିଶାରୁ ୧ କୋଟି ୪୭ ଲକ୍ଷ ନଗଦ ଟଙ୍କା ଜବତ ହୋଇସାରିଛି  । ଏହାଛଡ଼ା ୧୬ କୋଟି ଟଙ୍କାର ୧୩ ଲକ୍ଷ ଲିଟରରୁ ଅଧିକ ମଦ, ୩୯ କୋଟିର ଡ୍ରଗ୍ସ, ୬ କୋଟିର ମୂଲ୍ୟବାନ ପଥର, ପ୍ରାୟ ୪୪ କୋଟିର ପ୍ରଲୋଭନ ସାମଗ୍ରୀ ଜବତ ହୋଇଛି  ।