ମଥୁରାରେ ସିରିଜ୍ ଦୁର୍ଘଟଣା : ୪ ମୃତ; ୨୫ ଆହାତ
ମଥୁରା : ଆଜି ଭୋର ସମୟରେ ଉତ୍ତର ପ୍ରଦେଶର ମଥୁରାରେ ଏକ ବଡ଼ ଧରଣର ସିରିଜ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ରାସ୍ତା ଉପରେ ଜଳିଗଲା ୮ ଟି ବସ୍ ଓ ୩ କାର । ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହାତ ହୋଇଛନ୍ତି । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବଳ କୁହୁଡି କାରଣରୁ ଦୁର୍ଘଟଣା ଘଟିଛି । ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସୂଚନାମୁତାକ, ଆଜି ଭୋର ସମୟରେ ଯମୁନା ଏକ୍ସପ୍ରେସୱେରେ ପ୍ରବଳ କୁହୁଡ଼ି ଲାଗି ରାସ୍ତାରେ କିଛି ଦୂର ପର୍ଯ୍ୟନ୍ତ ମଧ୍ୟ କିଛି ଦେଖାଯାଉନଥିଲା । ଏହି ସମୟରେ ଏକ ଗାଡ଼ି ହଠାତ୍ ବ୍ରେକ୍ ମାରିବାରୁ ପଛରୁ ଆସୁଥିବା ଅନ୍ୟ ଗାଡ଼ିଗୁଡ଼ିକ ନିୟନ୍ତ୍ରଣ ହରାଇ ଗୋଟିଏ ପରେ ଗୋଟିଏ ଧକ୍କା ଦେଇଥିଲେ ।