ରେଫର ସେଣ୍ଟରରୁ ମୁକ୍ତି ମିଳିବ କେବେ?

କୋଷାଗୁମୁଡାରୁ ପ୍ରଦୀପ ବିଷୋଇ :  ରେଫର ସେଣ୍ଟରରୁ ରୋଗୀଙ୍କୁ ମୁକ୍ତି ମିଳିବ କେବେ ? ନା ସୀମିତ ହୋଇ ରହିଯିବ ଉଦ୍ଘାଟନ କରିଥିବା ବିଧାୟକଙ୍କ ମିଥ୍ୟା ଫଳକରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପେକ୍ଷିତ କୋଷାଗୁମୁଡା ବ୍ଲକ କୋଡିଙ୍ଗା ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ନା କୌଣସି ଉନ୍ନତି ହେଉଛି ମେଡିକାଲ ପରିସର ନା ରୋଗୀ ପାଇ ପାରୁଛନ୍ତି ଉନ୍ନତ ମାନର ସ୍ୱାସ୍ଥ୍ୟସେବା । ଅଳ୍ପରୁ ଟିକିଏ ଅଧିକ ହେଲେ ମିଳୁଛି କେବଳ ରେଫର ସେବା । ବହୁମୂଲ୍ୟ ସ୍ୱାସ୍ଥସେବା ପାଇବା ପାଇଁ ଲୋକେ ନାହି ନଥିବା ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି କୋଷାଗୁମୁଡା ବ୍ଲକ କୋଡିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ । କୋଡ଼ିଙ୍ଗା ତଥା ଡାବୁଗାଁ, ପାପଡାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ଅଧିକାଂଶ ଅଞ୍ଚଳର ଲୋକଙ୍କ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୧୯୬୦ ମସିହାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୋଡିଙ୍ଗାଠାରେ ସ୍ଥାପନ କରାଯାଇଥିଲା । ସର୍ବ ପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅଞ୍ଚଳର ବାର୍ଷିକ ହାରାହାରି ୨୦ରୁ ୨୫ହଜାର ରୋଗୀ ରୋଗ ପରୀକ୍ଷଣ, ଗର୍ଭବତୀମାନଙ୍କ ପ୍ରସବ, ଟିକାକରଣ, ସମସ୍ତ ପ୍ରକାର ଚିକିସôା ପାଇଁ ନିର୍ଭର କରୁଛନ୍ତି । ବହୁ ପରିତାପର ବିଷୟ ଭିତ୍ତିଭୂମିର ଅଭାବଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାନ୍ୟ କିଛି ଅସୁବିଧା ସାମାନ୍ୟ ଟିକିଏ ଜ୍ୱର ହେଲେ ପ୍ରାଥମିକ ଚିକିସôା ପରେ ଉନ୍ନତ ମାନର ଚିକିସôା ପାଇଁ ରୋଗୀମାନଙ୍କୁ ୧୨ କିମି ଦୂରରେ ଥିବା କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସେଠାରୁ ପୁଣି ୪୪ କିମି ଦୂର ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଉଅଛି । ଡାକ୍ତରଖାନାରେ ଆୟୁଷ ଡାକ୍ତର ନିଯୁକ୍ତ ହୋଇଥିଲେ ମଧ୍ୟ ମେଡିସିନ ମିଳୁନଥିବା ଦେଖିବାକୁ ମିଳିଛି । ଅନେକ ଲୋକ ଥଟ୍ଟା ପରିହାସରେ ଏହି ଡାକ୍ତରଖାନା କହିବା ପରିବର୍ତ୍ତେ ରେଫର ସେଣ୍ଟର ବୋଲି କହିଥାନ୍ତି । ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବିରେ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ ୨୦୧୯ଅନଶନ କରାଯାଇଥିଲା  । ତତକାଳୀନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ମନହୋର ରନ୍ଧାରି, ପ୍ରଶାସନିକ ଅଧିକାରୀମାନେ ଦାବିକୁ ଆଗାମୀ ୬ମାସ ମଧ୍ୟରେ ପୂରଣ ହେବା ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୫୦୦/୨୦୧୯ ଓ ଡାବୁଗାଁ ବିଧାୟକଙ୍କ ପତ୍ରସଂଖ୍ୟା ୯୪୮/୨ ୦୧୯ ପ୍ରକାରେ ଲିଖିତ ପ୍ରତିଶ୍ରୁତି ଦେଇ ଅନଶନ ଢଙ୍ଗ କରିଥିଲେ । ପ୍ରଶାସନ ପକ୍ଷରୁ ମିଳିଥୁବା ପ୍ରତିଶ୍ରୁତି ୨ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ନ ହେବା ପରେ ବିକାଶ ପରିଷଦ କାର୍ଯ୍ୟକର୍ତ୍ତା ଓ ଅଞ୍ଚଳବାସୀ ପୁନର୍ବାର ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାବି ନେଇ ୨୦୨୧ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବବା ସହ ଧର୍ମଘଟ ସହ ଆମରଣ ଅନଶନ କରିଥିଲେ । ତେବେ ଲୋକଙ୍କୁ ଭୁଆଁ ବୁଲାଇଲା ଭଳି ଡାବୁଗାଁ ବିଧାୟକ ମନହୋର ରନ୍ଧାରି କୋଡିଙ୍ଗାଠାରେ ଖୁବ ଶୀଘ୍ର ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ନେଇ ଲିଖିତ ଭାବେ ପ୍ରତିଶ୍ରୁତି ଦେଇ କୋଡିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଶିଳାନ୍ୟାସ କରି ଅନଶନ ଭଙ୍ଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିଏ ହୋଇପାରିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କୋଡିଙ୍ଗା ଅଞ୍ଚଳ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ଗତ ଅଗଷ୍ଟ ମାସରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଯାଇ କୋଡିଙ୍ଗାରେ ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଦାବିପତ୍ର ପ୍ରଦାନ କରିବା ସହ ଫଳକ ଉଦଘାଟନ ସମ୍ବନ୍ଧରେ ଆଲୋଚନା କରିଥିଲେ । ସରକାର ଏହାକୁ ଗୁରୁତର ନେଇ ଆଗାମୀ ଦିନରେ କୋଡିଙ୍ଗାଠାରେ ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନା କରାନଯାଏ ତେବେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଅନଶନ କରାଯିବ ବୋଲି କୋଡିଙ୍ଗା ଅଞ୍ଚଳ ବିକାଶ ପରିଷଦ ଚେତାବନୀ ଦେଇଛି ।