ଅଭିଷେକ ପଟ୍ଟନାୟକ ସ୍ମାରକୀ : କ୍ରିକେଟ୍ ଉଦ୍ୟାପିତ ମିଷ୍ଟ୍ରିୟସ୍ ବଏଜ୍ ଦଳ ଚାମ୍ପିଅନ୍
ଭୁବନେଶ୍ୱର : ସ୍ଥାନୀୟ ରେଳବାଇ ଷ୍ଟାଡିୟମରେ ଲକ୍ଷ୍ମୀ ନାରାୟଣ କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ତ୍ରୟୋଦଶ ତମ ଅଭିଷେକ ପଟ୍ଟନାୟକ ସ୍ମାରକୀ ଏକ ଦିବସୀୟ ଦିବାରାତ୍ର ଗଳି କ୍ରିକେଟ୍ ପ୍ରତିଯୋଗିତାରେ ମିଷ୍ଟ୍ରିୟସ୍ ବଏଜ୍ ଦଳ ଚାମ୍ପିଅନ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ସୁନିଲ କୁମାର ସାହୁ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ମିଷ୍ଟ୍ରିୟସ୍ ବଏଜ୍ ଓ ସୁପର କିଙ୍ଗ୍ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ସୁପରକିଙ୍ଗ ଟିମ୍ ନିର୍ଦ୍ଧାରିତ ଓଭର୍ରେ ୯ ୱିକେଟ୍ ହରାଇ ୪୪ ରନ୍ ସଂଗ୍ରହ କରିପାରିଥିବା ବେଳେ ମିଷ୍ଟ୍ରିୟସ୍ ବଏଜ୍ ତିନି ଅଭର୍ରେ ଗୋଟିଏ ୱିକେଟ୍ ହରାଇ ୪୫ ରନ୍ କରି ବିଜୟୀ ହୋଇଥିଲେ । ଉଦ୍ୟାପନୀ ଉସôବରେ ଭିମସାର୍ର ସହକାରୀ ପ୍ରଫେସର ଡା. ସଞ୍ଜିବ କୁମାର ମିଶ୍ର ମୁଖ୍ୟଅତିଥି ଏବଂ ସମ୍ମାନୀତ ଅତିଥି ଭାବେ ଇଂ. ଅନିଲ ପାଣିଗ୍ରାହୀ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଦୀପେନ୍ କୁମାର୍ ପଟ୍ଟନାୟକ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।