୨୦ କେଜି ସୁନା ସହ ଗାଡ଼ି ଜବତ,୨ ଅଟକ
ଜିଏସ୍ଟି ଫାଙ୍କିବା ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ଏକ ଲଜିଷ୍ଟିକ୍ ଗାଡ଼ିକୁ ଅଟକ ରଖିଛି ପୁଲିସ୍। ଉକ୍ତ ଗାଡ଼ିରେ ପ୍ରାୟ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଥିବା ଜଣାଯାଇଛି। ସୁନା କେଉଁଠୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା ତାହାର ଛାନଭିନ୍ ଚାଲିଥିବା ବେଳେ ସୁନା ଆଣିଥିବା ଲଜିଷ୍ଟିକ୍ କମ୍ପାନୀର ଦୁଇ କର୍ମଚାରୀ ଅଟକ ଅଛନ୍ତି।
ଗତକାଲି ମଧ୍ୟ ରାତ୍ରରେ କୋଲକତାରୁ ଏକ ଲଜିଷ୍ଟିକ୍ କମ୍ପାନୀ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା ସହରକୁ ଆସିଥିଲା। ମୁମ୍ବାଇରୁ ଉକ୍ତ ସୁନା ଫ୍ଲାଇଟ୍ରେ କୋଲକତାରେ ପହଞ୍ଚିଥିଲା। ଏହାପରେ ସେଠାରୁ ସଡ଼କ ପଥରେ ଲଜିଷ୍ଟିକ୍ ଗାଡ଼ିରେ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା।ଏନେଇ ଜିଏସ୍ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ। ମଧ୍ୟ ରାତ୍ରିରେ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ପୁଲିସ୍ ସହାୟତାରେ ତାହାକୁ ଅଟକ ରଖାଯାଇଛି। ଜିଏସ୍ଟି ଫାଙ୍କିବା ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ଏକ ଲଜିଷ୍ଟିକ୍ ଗାଡ଼ିକୁ ଅଟକ ରଖିଛି ପୁଲିସ୍। ଉକ୍ତ ଗାଡ଼ିରେ ପ୍ରାୟ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଥିବା ଜଣାଯାଇଛି। ସୁନା କେଉଁଠୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା ତାହାର ଛାନଭିନ୍ ଚାଲିଥିବା ବେଳେ ସୁନା ଆଣିଥିବା ଲଜିଷ୍ଟିକ୍ କମ୍ପାନୀର ଦୁଇ କର୍ମଚାରୀ ଅଟକ ଅଛନ୍ତି।ଗତକାଲି ମଧ୍ୟ ରାତ୍ରରେ କୋଲକତାରୁ ଏକ ଲଜିଷ୍ଟିକ୍ କମ୍ପାନୀ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା ସହରକୁ ଆସିଥିଲା। ମୁମ୍ବାଇରୁ ଉକ୍ତ ସୁନା ଫ୍ଲାଇଟ୍ରେ କୋଲକତାରେ ପହଞ୍ଚିଥିଲା। ଏହାପରେ ସେଠାରୁ ସଡ଼କ ପଥରେ ଲଜିଷ୍ଟିକ୍ ଗାଡ଼ିରେ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା।ଏନେଇ ଜିଏସ୍ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ। ମଧ୍ୟ ରାତ୍ରିରେ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ପୁଲିସ୍ ସହାୟତାରେ ତାହାକୁ ଅଟକ ରଖାଯାଇଛି।