ଆଶିଷଙ୍କ ଉପରେ ସରକାରୀ ଛାଟ

ଭୁବନେଶ୍ବର: ବରିଷ୍ଠ ଆଇପିଏସ ଅଫିସର ଆଶିଷ ସିଂହଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ନବୀନ ସରକାରଙ୍କ ଅମଳରେ ସେ ବେଶ୍ ପ୍ରଭାବ ବିସ୍ତାର କରୁଥିଲେ। ଏମିତିକି ବିଜେଡ଼ି ଦଳୀୟ ବ୍ୟାପାର ବି ବୁଝା ବୁଝି କରୁଥିଲେ। ଯେଉଁଥିପାଇଁ ଆଶିଷଙ୍କ ବିରୋଧରେ ବିଜେପି ନେତାମାନେ ଅନେକ ଅଭିଯୋଗ କରିଥିଲେ। ସ୍ବାସ୍ଥ୍ୟ ଠିକ୍ ଥିଲେ ବି ସେ ମିଛ କହି ଛୁଟିରେ ରହିଥିଲେ। ନିର୍ବାଚନ ସମୟରେ ତାଙ୍କୁ ନିଲମ୍ବନ ବି କରାଯାଇଥିଲା।ସୂଚନାଯୋଗ୍ୟ ଯେ, ନବୀନ ସରକାର ଯିବା ପରେ ଏବେ ଅନେକ ଅଫିସରଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନିଆଯାଇଛି। ପଣ୍ଡିଆନଙ୍କ ସମୟରେ ବେଶ ପ୍ରଭାବ ବିସ୍ତାର କରୁଥିବା ଅଧିକାରୀଙ୍କୁ ଗୌଣ ବିଭାଗ ଦିଆଯାଇଛି।