କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେଡ଼ିକୁ ଝଟକା
ElectionResult

ଭୁବନେଶ୍ୱର : ଏଥର ଚକିତ କରିବା ଭଳି ଫଳ ଆସୁଛି । ପ୍ରାରମ୍ଭିକ ଟ୍ରେଣ୍ଡ ଉଭୟ ବିଜେପି ଓ ବିଜେଡ଼ିକୁ ଚକିତ କରିଦେଇଛି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ୨୭୫ ଆସନରେ ଆଗରେ ଥିବାବେଳେ ଇଣ୍ଡି ମେଣ୍ଟ ୨୪୫ ଆସନରେ ଆଗୁଆ ରହିଛି । ବିଜେପି ୧୯୨ ଓ କଂଗ୍ରେସ ୧୪୭ ଆସନରେ ଆଗୁଆ ରହିଛନ୍ତି । ଅପରପକ୍ଷରେ ରାଜ୍ୟରେ ବି ବିଜେପି ଦମଦାର ପ୍ରଦର୍ଶନ କରିଛି । ବିଜେଡ଼ି ୪୦ ଆସନରେ ଆଗୁଆ ଥିବାବେଳେ ବିଜେଡ଼ି ୩୮, କଂଗ୍ରେସ ୫ ଓ ଅନ୍ୟ ଦଳଗୁଡ଼ିକ ୩ ଆସନରେ ଆଗରେ ରହିଛନ୍ତି ।
ପ୍ରଧାନ ସମ୍ବଲପୁରର ଆଗରେ ରହିଛନ୍ତି । ଯେତେବେଳେକି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ପୁରୀରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଆଗରେ ରହିଛନ୍ତି । ଅପରପକ୍ଷରେ କେନ୍ଦୁଝରରେ ଅନନ୍ତ ନାୟକ, ସୁନ୍ଦରଗଡ଼ରୁ ଜୁଏଲ ଓରାମ୍ ଆଗରେ ଥିବାବେଳେ ବରଗଡ଼ରେ ପ୍ରଦୀପ ପୁରୋହିତ ମଧ୍ୟ ଆଗରେ ଅଛନ୍ତି । ବିଜେପିର ଏଭଳି ପ୍ରଦର୍ଶନ ଏବେ ବିଜେଡ଼ି ଶିବିରରେ ନିରାଶ ଖେଳାଇ ଦେଇଛି । ତେବେ ଏବେ ପ୍ରାରମ୍ଭିକ ଟ୍ରେଣ୍ଡ ଚାଲିଥିବାରୁ ଦିନ ୧ଟା ବେଳକୁ ହିଁ ପ୍ରକୃତ ଟ୍ରେଣ୍ଡ ଆସିପାରିବ ବୋଲି ଆଶା କରାଯାଉଛି ।