ଦହି ଓ ଚିନିକୁ ମିଶାଇ ଖାଉଥିଲେ ସାବଧାନ
ଅନେକ ଲୋକ ନିୟମିତ ଭାବେ ଦହି ଓ ଚିନିକୁ ମିଶାଇ ସେବନ କରିଥାନ୍ତି ।ଦହି ସେବନ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ମାତ୍ର କିଛି ଲୋକ ଚିନି ସହିତ ଦହିକୁ ମିଶାଇ ଖାଇଥାନ୍ତି । ନିୟମିତ ଭାବେ ଏପରି ସେବନ କରିବା ଫଳରେ ସାଇଡ୍ ଇଫେକ୍ଟସ ହୋଇଥାଏ । ଏପରିକି ଏହା ଦ୍ୱାରା ଶରୀରର ଅନେକ କ୍ଷତି ଘଟିଥାଏ ।
ଯଦି ଆପଣ ପ୍ରତିଦିନ ଦହି ଓ ଚିନିକୁ ମିଶାଇ ଖାଇବେ ତେବେ ଆପଣଙ୍କର ଫ୍ୟାଟ ବଢ଼ିପାରେ । ଚିନିରେ ହାଇ କ୍ୟାଲୋରୀ ରହିଥିବାରୁ ତାହା ଓଜନକୁ ଅଧିକ ବଢ଼ାଇପାରେ ।
ଦହି ଓ ଚିନିକୁ ମିଶାଇ ଖାଇବା ଫଳରେ ଦାନ୍ତ ସଢ଼ିବାର ଆଶଙ୍କା ରହିଥାଏ । ଚିନି ବ୍ୟାକ୍ଟେରିଆଙ୍କର ପ୍ରମୁଖ ଉତ୍ସ ହୋଇଥିବାରୁ ତାହା ଏସିଡ୍ ସୃଷ୍ଟି କରିଥାଏ ଓ ଦାନ୍ତର କ୍ଷତି ଘଟାଇପାରେ ।
ଅଧିକ ଚିନି ଖାଇବା ଫଳରେ ବ୍ଲଡ୍ ଶୁଗ।ର ଲେବଲ ବଢ଼ିବା ସହିତ ଟାଇପ-୨ ଡାଇବେଟିସର ଆଶଙ୍କା ବଢ଼ିଥାଏ । ଦହିରେ ପ୍ରାକୃତିକ ଭାବେ ଲାକ୍ଟୋଜ ରହିଥାଏ, ଯାହାକି ଏକ ପ୍ରକାରର ଶୁଗ।ର ଅଟେ । ତେଣୁ ଦହି ସହ ଚିନି ମିଶାଇ ଖାଇବା ଫଳରେ ବ୍ଲଡ ଶୁଗ।ର ସ୍ତର ବଢ଼ିବାର ଆଶଙ୍କା ରହିଥାଏ ।
ଅଧିକ ମାତ୍ରାରେ ଚିନି ସେବନ କରିବା ଫଳରେ ତାହା ପାଚନକୁ ବିଗାଡ଼ିପାରେ । ଏହି କାରଣରୁ ବ୍ଲାଟିଙ୍ଗ, ଗ୍ୟାସ ଓ ଏସିଡିଟି ପରି ସମସ୍ୟା ଦେଖାଦେଇପାରେ ।
ଅଧିକ ମାତ୍ରାରେ ଚିନି ସେବନ କରିବା ଫଳରେ ଟ୍ରାଇଗ୍ଲିସରାଇଡସ ଓ ଅନ୍ୟ ହାନିକାରକ ଫ୍ୟାଟସର ଲେବଲ ବଢ଼ିପାରେ । ତାହା ହାର୍ଟ ରୋଗ ସୃଷ୍ଟି କରିବାର ସମ୍ଭାବନା ରହିଥାଏ ।