ବିଶ୍ୱସ୍ତରୀୟ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ ହେବ ଆଇଆଇଏମ୍ସି
ନୂଆଦିଲ୍ଲୀ : ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନର ୫୬ତମ ସମାବର୍ତ୍ତନ ସମାରୋହ ଆଜି ଆୟୋଜିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ମଞ୍ଚ ଆଇଆଇଏମସି ନୂଆଦିଲ୍ଲୀଠାରେ ଏହା ଆୟୋଜନ କରାଯାଇଥିଲା । ଆଇଆଇଏମସିର କୁଳପତି ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମାରୋହରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଆଇଆଇଏମସି ନୂଆଦିଲ୍ଲୀ ଏବଂ ଏହାର ପାଞ୍ଚଟି ଆଞ୍ଚଳିକ କ୍ୟାମ୍ପସ ଢେଙ୍କାନାଳ, ଆଇଜଲ, ଅମରାବତୀ, କୋଟ୍ଟାୟମ ଏବଂ ଜାମ୍ମୁର ୪୭୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଡିପ୍ଲୋମା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ, ୩୬ ଜଣ ଉକôୃଷ୍ଟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାଗତ ଉକôର୍ଷତା ପାଇଁ ପଦକ ଏବଂ ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଏହି ଜନସଞ୍ଚାର ଶିକ୍ଷାନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ମିଡିଆ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ । ସ୍ନାତକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରି କହିଥିଲେ ଯେ ଆଇଆଇଏମସିର ପରବର୍ତ୍ତୀ ସଂସ୍କରଣରେ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ଏବଂ ଦ୍ରୁତ ଗତିରେ ବଦଳୁଥିବା ଯୋଗାଯୋଗ ପରିଦୃଶ୍ୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଗଣମାଧ୍ୟମ ଉଦ୍ୟେଗ ସହିତ ଦୃଢ଼ ସହଯୋଗ ମଧ୍ୟ ସାମିଲ ହେବ ।
ଆଇଆଇଏମସିର କୁଳପତି ଡ. ଅନୁପମା ଭଟ୍ଟନାଗର କହିଥିଲେ, ‘ଆଇଆଇଏମସି ଆଧୁନିକ ପ୍ରଗତି ଏବଂ ପରିବର୍ତ୍ତନଶୀଳ ଆବଶ୍ୟକତା ସହିତ ତାଳମେଳ ରଖିବା ପାଇଁ ଏହାର ପାଠ୍ୟକ୍ରମକୁ ନିରନ୍ତର ଭାବେ ନବୀକରଣ କରିଆସୁଛି ।’ ଏହି ଅବସରରେ ଆଇଆଇଏମସିର ଅତିରିକ୍ତ ମହାନିଦେ୍ର୍ଦଶକ ଡ. ନିମିଶ ରୁସ୍ତଗୀଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।