ଜଳ ସମ୍ପଦ- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ-ଆଇଆରଏମଏର ତ୍ରିପାକ୍ଷିକ ଏମ୍ଓୟୁ

ଭୁବନେଶ୍ୱର: ଆଜି ରାଜ୍ୟ ଜଳ ସଂପଦ ବିଭାଗ ଦ୍ୱାରା ମସô୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ଇନ୍ଷ୍ଟିଚୁ୍ୟଟ୍ ଅଫ ରୁରାଲ୍ ମ୍ୟାନେଜମେଣ୍ଟ ଆନନ୍ଦ (ଆଇଆରଏମଏ), ଗୁଜରାତ ସହ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମସô୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିଦେ୍ର୍ଦଶକ ସଦ୍ଦିକ୍ ଆଲାମ୍, ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳ ସେଚନ ପ୍ରକଳ୍ପର ପ୍ରକଳ୍ପ ନିଦେ୍ର୍ଦଶକ ରଶ୍ମିରଞ୍ଜନ ନାୟକ, ଆଇଆର୍ଏମ୍ଏ, ଗୁଜରାତର ନିଦେ୍ର୍ଦଶକ ଡଃ. ଉମାକାନ୍ତ ଦାଶଙ୍କ ସମେତ ଜଳ ସଂପଦ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, ଜଳ ସଂପଦ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, କୃଷି ଓ କୃଷକ ସଶକ୍ତକରଣ ଏବଂ ମସô୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ୱାର୍ଚ୍ଚ ଫିସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ବୁଝାମଣା ମସô୍ୟ ଉତ୍ପାଦନ କ୍ଷେତ୍ରରେ ବଜାର ସୁବିଧା ଉପରେ ମସô୍ୟ ଅଧିକାରୀ ଏବଂ ମାଛ ଚାଷ କରୁଥିବା କୃଷକ ଏବଂ ସଂପୃକ୍ତ ଅଂଶୀଦାରମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ।