ସାମ୍ବାଦିକଙ୍କ ସୁରକ୍ଷା ଆଇନ ଲାଗୁ ପାଇଁ ଦାବିପତ୍ର
ଦେବଗଡ଼, : ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ଦିନକୁ ଦିନ ବିପନ୍ନ ହୋଇପଡିଛି । ଏଣୁ ଛତିଶଗଡ ଓ ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପାଇଁ ଦେବଗଡ଼ ଜିଲ୍ଲା ସାମ୍ୱାଦିକ ୟୁନିୟନ ପକ୍ଷରୁ ସ୍ମାରକ ପତ୍ର ମାଧ୍ୟମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି । ଆଜି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଦେବଗଡ଼ ଗସ୍ତରେ ଆସିଥିବା ବେଳେ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ର ରେ ସରକାରକୁ ଏକ ବର୍ଷ ପୁରିବାକୁ ଯାଉଥିବା ବେଳେ ଓୟୁଜେର ମୂଳ ଦାବି, ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଓ ୧୬ ବର୍ଷ ଧରି ଶୀତଳ ଭଣ୍ଡାରରେ ଥିବା ସାମ୍ବାଦିକ ଅଧିସ୍ୱୀକୃତି କମିଟିର ପୁନର୍ଗଠନ, ଅନୁକମ୍ପା ମୂଳକ ସହାୟତା ରାଶିର ପରିମାଣକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି, ଏବଂ ସ୍ୱାସ୍ଥ୍ୟ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ବାବଦରେ ତରନ୍ତ ନିଷ୍ପତ୍ତି ନେଇ ଜୁନ ୧୨ ପୂର୍ବରୁ ଘୋଷଣା କରିବାକୁ ଉଲ୍ଲେଖ କରାଯାଇଛି । ମନ୍ତ୍ରୀ ଶ୍ରୀ ପୁଝରୀ ଦାବି ଗୁଡ଼ିକ ଉପରେ ସରକାର ଗୁରୁତ୍ୱ ଦେବା ସହ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ତଥା ଟ୍ରିବୁ୍ୟନାଲ ଅଧ୍ୟକ୍ଷ ଅଶୋକ ନନ୍ଦ, ସାମ୍ବାଦିକ ସିଦ୍ଧାର୍ଥ ଗୁରୁ, ସତ୍ୟ ନାରାୟଣ ମିଶ୍ର, ବ୍ରିଜେଶ ରଞ୍ଜନ ସାହୁ, ଅନୁଜ ପ୍ରଧାନ, ସଂଜୀବ ପାଣିଗ୍ରାହୀ, ନିର୍ମାଲ୍ୟ ପ୍ରସାଦ ସାହୁ, ଶକ୍ତି ସୌରଭ ନନ୍ଦ, ସିବାସୀଷ ଝାଙ୍କର, ପ୍ରମୁଖ ମନ୍ତ୍ରୀଙ୍କ ସହିତ ଆଲୋଚନା ଓ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।
ବରଗଡ: ବଲାଙ୍ଗିର ଅଞ୍ଚଳରେ ଜଣେ ଠିକାଦାର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟ କରି ମାଡ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ତଥାପି ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ପ୍ରତି କୌଣସି ଚରମ ପଦକ୍ଷେପ ନନେବା ଅତି ଦୁଃଖର କଥା । ତେଣୁ ଆଜି ରାଜ୍ୟରେ ସାମ୍ବାଦିକ ସୁରକ୍ଷା ପାଇଁ ପଦକ୍ଷେପ ନେବା ନିମନ୍ତେ ଓୟୂଜେର ନିଦେ୍ର୍ଦଶ କ୍ରମେ ବିଭିନ୍ନ ଦାବି ନେଇ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ(ଜାବ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲପାଳ ମଧୁଛନ୍ଦା ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବି ଗୁଡ଼ିକରେ ହେଲା ବଲାଙ୍ଗିର ସାମ୍ବାଦିକଙ୍କୁ ମାଡ ଘଟଣାରେ ଗିରଫ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରାଯିବା ସହ ଛତିଶଗଡ ଓ ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପାଇଁ ଆମେ ଏହି ସ୍ମାରକ ପତ୍ର ମଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ରଖାଯାଇଛି । ସେଥି ସହିତ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ଏକ ବର୍ଷ ପୁରିବାକୁ ଯାଉଥିବା ବେଳେ ଓୟୁଜେର ମୂଳ ଦାବି ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଓ ୧୬ ବର୍ଷ ଧରି ଶୀତଳ ଭଣ୍ଡାରରେ ଥିବା ସାମ୍ବାଦିକ ଅଧିସ୍ୱୀକୃତି କମିଟିର ପୁନର୍ଗଠନ, ଅନୁକମ୍ପା ମୂଳକ ସହାୟତା ରାଶିର ପରିମାଣକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧିଓ ସ୍ୱାସ୍ଥ୍ୟ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ବାବଦରେ ରୁରନ୍ତ୍ନ ନିଷ୍ପତ୍ତି ନେଇ ଜୁନ ୧୨ ପୂର୍ବରୁ ଘୋଷଣା କରିବାକୁ ଦାବି କରାଯାଇଛି । ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ(ଜାବ)ର ସଭାପତି ରବି ପଣ୍ଡାଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶ, ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ, ଉପ-ସଭାପତି ବ୍ୟୋମକେଶ କର, ବରିଷ୍ଠ ସଦସ୍ୟ ହେମନ୍ତ ପ୍ରଧାନ, ହେମନ୍ତ ନାୟକ ଉପସ୍ଥିତ ଥିଲେ ।