ରୋଷେଇ ଘରେ କରନ୍ତୁନି ଏଭଳି ଭୁଲ୍
Kitchen Room
ଆମ ଦୈନ୍ୟନ୍ଦିନ ଜୀବନରେ ଆମେ ଅନେକ ଜିନିଷକୁ ଆମ ଅଭ୍ୟାସରେ ପରିଣତ କରିଥାଉ। କିନ୍ତୁ ତାହା ଆମ ପାଇଁ କେତେ ଯେ , ବିପଦ ହୋଇଥାଏ । ତାହା ଆମେ ଜାଣିପାରୁନା। ଆଜିକାଲି ସମସ୍ତେ ଆମେ ରୋଷେଇ ଘରେ ଡଷ୍ଟବିନ୍ ରଖୁଛେ। କିନ୍ତୁ ଏହା କରିବା ଦ୍ଵାରା ଆମେ ଋଣରେ ବୁଡି ରହିଥାଏ। ଏଥିପାଇଁ ଯେତେ ସମ୍ଭବ ଏହାକୁ ରୋଷେଇ ଘର ବାହାରେ ରଖନ୍ତୁ।
ରୋଷେଇ ଘର କାନ୍ଥର ରଙ୍ଗ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ । ରଙ୍ଗ ମଧ୍ୟରେ ନୀଳ , ସବୁଜ ଏବଂ ଧଳା ନକରିବା ଭଲ। ରୋଷେଇ ଘର କାନ୍ଥର ରଙ୍ଗ ଆପଣ ହଳଦିଆ, ନାରଙ୍ଗୀ ଏବଂ ଅଫ୍ ହ୍ବାଇଟ୍ ରଙ୍ଗ କରିପାରିବେ। ରୋଷେଇ ଘର ପାଖରେ ବାଥରୁମ୍ କରନ୍ତୁନାହିଁ। ଏପରି କରିବା ଦ୍ଵାରା ସ୍ଵାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ। ଏପରିକି ସବୁବେଳେ ରୋଷେଇ ଘରେ ଥିବା ପାଣି କଳକୁ ବନ୍ଦ ରଖନ୍ତୁ , ନଚେତ୍ ଘରେ ଆର୍ଥିକ ଅନଟନ ଦେଖାଦେବ। ଖାଦ୍ୟ ଖାଇ ସାରିବା ପରେ କଦାପି ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ରୋଷେଇ ଘର ମା ଲକ୍ଷ୍ମୀଙ୍କର ବାସସ୍ଥାନ, ତେଣୁ ଏହାକୁ ସର୍ବଦା ସଫା ରଖିବା ଉଚିତ୍। ନଚେତ୍ ଏସବୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି