ସିଡିପିଓଙ୍କ ବ୍ୟବହାରରେ ଅତିଷ୍ଠ କର୍ମୀ-କର୍ମଚାରୀ ଓ ଜନତା
ାା ପ୍ରଭାନୁ୍ୟଜ ।ା ଚଣ୍ଡିଖୋଲ : ସରକାରଙ୍କ ନୀତି ନିୟମ ବଡ଼ଚଣା ସମନ୍ନିତ ଶିଶୁ ବିକାଶ କାର୍ଯାଳୟରେ ବାଟବଣା ହୋଇପଡିଛି । ସଠିକ ସମୟରେ ସିଡିପିଓ ଅଫିସ ନଆସି ନିଜ ଇଚ୍ଛାନୁସାରେ ଆସୁଛନ୍ତି । କିଏ ପଚାରିଲେ ତାଙ୍କୁ ଖରାପ ବ୍ୟବହାର କରିବା କହୁଛନ୍ତି ମୁଁ ସେଣ୍ଟର ଭିଜିଟରେ ଯାଇଥିଲି ଏପରିକି ନିଜର ଅଫିସ କର୍ମଚାରୀଙ୍କୁ ମଧ୍ୟ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବାର ଅଭିଯୋଗ ହେଉଛି । ତାଙ୍କ ନିକଟକୁ କୌଣସି କାର୍ଯ୍ୟ ପାଇଁ ଗଲେ ଦେଖା ନପାଇ ନିରାଶ ହୋଇ ଫେରୁଛନ୍ତି । କିମ୍ବା କୌଣସି ବିଷୟ ପଚାରିଲେ ଖରାପ ବ୍ୟବହାର କରୁଛନ୍ତି, ବୋଲି ଅଭିଯୋଗ କରିଛନ୍ତି ଚମ୍ପାପୁର ସରପଞ୍ଚଙ୍କ ପ୍ରତିନିଧି । ଏବେ ଭୁଶୁଣ୍ଡପୁର ପଞ୍ଚାୟତ ମହାଖଳା, ଦର୍ପଣ ପଞ୍ଚାୟତ ଓ ବନ୍ତଳା ପଞ୍ଚାୟତର ଖାଲି ପଡ଼ିଥିବା ଅଙ୍ଗନୱାଡି ହେଲପର ପଦବୀ ପାଇଁ ୧୦୦୦୦ ଟଙ୍କା ଲାଞ୍ଚ ମାଗୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସବୁଠୁ ବଡକଥା ହେଉଛି ଜୁନ ମାସ ପାଇଁ ଆସିଥିବା ଅତିଶୟ ପୃଷ୍ଟିହୀନ ଶିଶୁ ଓ ପୃଷ୍ଟିହୀନ ମା’ମାନଙ୍କ ପାଇଁ ଛତୁଆ ଅଗଷ୍ଟ ମାସ ସରିଲା ପରେ ସେଣ୍ଟରକୁ ନପଠାଇ ଅଫିସରେ ମୂଷା ଖାଇବା ପରେ ପଡ଼ି ପଡ଼ି ପୋକ ଲାଗିଗଲାଣି । ଖାଲି ସେତେକ ନୁହେଁ, ଛତୁଆ ନିର୍ମାଣ ପାଇଁ ମହିଳା, ଶିଶୁ ବିକାଶ ବିଭାଗର ଯେଉଁ ନିୟମାବଳି ରହିଛି ତାହାକୁ ତିଳେ ମାତ୍ର ଭୁକ୍ଷେପ ନକରି ନିମ୍ନମାନର ଛତୁଆ ଓ ସୁଜି ହାଲୁଆକୁ ଯାଞ୍ଚକରୁ ନାହାନ୍ତି । ଛତୁଆ ଖାଇ ଗର୍ଭବତୀ ମହିଳା ଓ କୋମଳମତି ଶିଶୁ ମାନେ ସୁସ୍ଥ ହେବା ପରିବର୍ତେ ଅସୁସ୍ଥ ହେବାରେ ଲାଗିଛନ୍ତି । ସେପଟେ ରାଜ୍ୟ ସରକାର ଯେଉଁ ଉଦେ୍ଦଶ୍ୟ ରଖି ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପୃଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇ ଦେଉଛନ୍ତି,ତାହା କିପରି ବଡ଼ଚଣାରେ କାର୍ଯ୍ୟକାରୀ ହେଉଛି ତାହା ଅନୁମାନ କରୁଥିବେ । ଛତୁଆ ନିର୍ମାଣକାରୀ ସଂସ୍ଥାରୁ ମୋଟା ଅଙ୍କର ଲାଞ୍ଚ ନେଇ ବଡ଼ଚଣା ସିଡିପିଓ ମ୍ୟାଡ଼ାମ କୌଣସି ତଦନ୍ତ ନକରି ଚୁପଚାପ ବସି ପଡୁଛନ୍ତି । ସିଡିପିଓ ବ୍ଲକ ହେଡ କ୍ୱାଟରରେ ନରହି ଛତୁଆ ୟୁନିଟକୁ ଯାଞ୍ଚ କରିବାକୁ ନଯାଇ ଘରେ ବସି ଲକ୍ଷାଧିକ ଟଙ୍କା ଗୋଟାଉଛନ୍ତି । କିଛି ଗୋଷ୍ଠୀକୁ ମଧ୍ୟ ଡ୍ରେସ ବାବଦକୁ ବିଲ କରାଇ ଦେବା କଥା କହି ଟଙ୍କା ମାଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜଣେ ମହିଳା ଗୋଷ୍ଠୀର ସଦସ୍ୟା । ଏସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସବିତା ଚ୍ୟାଉ ପଟ୍ଟନାୟକ ପ୍ରତିକ୍ରୟାରେ କୁହନ୍ତି ମୁଁ ଯାଜପୁରକୁ ନୂଆ ଆସିଛି ତଦନ୍ତ କରି କାର୍ଯାନୁଷ୍ଠାନ ଗ୍ରହଣ କରିବ