ଏସ୍ବିଆଇ ଏଟିଏମ୍କୁ ତାଡ଼ି ଲୁଟ୍
ଭୁବନେଶ୍ୱର: ସାମନ୍ତରାପୁର ସ୍ଥିତ ଶ୍ରୀରାମ ନଗର ପାଖ ତିନି ଛକ ନିକଟରେ ଏସ୍ବିଆଇ ଏଟିଏମ୍କୁ ତାଡ଼ି ଲୁଟ୍ କଲେ ଲୁଟ୍ । ଘଟଣାସ୍ଥଳରେ ସିସିଟିଭିକୁ ଆଧାର କରି ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱରର ସାମନ୍ତରାପୁର ସ୍ଥିତ ଶ୍ରୀରାମ ନଗର ପାଖ ତିନି ଛକ ନିକଟରେ ଏକ ଏସ୍ବିଆଇ ଏଟିଏମ୍ ରହିଛି । ଉକ୍ତ ଏଟିଏମ୍ ଉପରେ ଦୁର୍ବୃତ୍ତମାନେ ନଜର ରଖିଥିଲେ । ମଉକା ପାଇ ଏଟିଏମ୍ଟିକୁ ଚାଡି ଲୁଟ୍ କରିଛନ୍ତି ଲୁଟେରା । ଉକ୍ତ ଏଟିଏମ୍ରୁ ଲୁଟ୍ ହୋଇଥିବା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ପହଞ୍ଚି ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଳାଇଛି ।