ବିବାହ ହେଉନାହିଁ କି, କରନ୍ତୁ ଏହି ବ୍ରତ
ବାହା ବୟସ ଗଡ଼ିଗଲେ ପରିବାରରେ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇପଡ଼ନ୍ତି । ଅନେକ ସମୟରେ ପୁଅ କିମ୍ବା ଝିଅର ବାହା ଯୋଗ ବା ରାଶି ଖୋଲିନଥାଏ । କଥାରେ ଅଛି, ବାହାଘର ଉପରବାଲା ହିଁ ସ୍ଥିର କରନ୍ତି । ବିବାହ ଯଦି ବହୁ ବିଳମ୍ବ ହେଉଥାଏ ତେବେ ଦ୍ୱାଦଶାଦିତ୍ୟ ବ୍ରତ କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି । ଆସନ୍ତୁ ଜାଣିବା ଏହି ବ୍ରତ କିଭଳି ହୋଇଥାଏ ।
ଏହି ବ୍ରତ ବାରଗୋଟି ରବିବାର ପାଳନ କରାଯାଇଥାଏ । ଯେକୌଣସି ମାସର ଶୁକ୍ଳପକ୍ଷ ରବିବାରଠାରୁ ଆରମ୍ଭ କରାଯାଇଥାଏ । ଯେଉଁଦିନ ବାରଗୋଟି ରବିବାର ବ୍ରତ ଶେଷ ହୁଏ, ସେହିଦିନ ବ୍ରତର ସମାପନ କରାଯିବ । ଅଶୌଚ କିମ୍ବା ରବିବାରେ ଋତୁସ୍ନାନ ହେଲେ ତାହା ବନ୍ଦ କରାଯିବ ଓ ସେହି ରବିବାରକୁ ବାଦ ଦେଇ ତା ପର ରବିବାର ଠାରୁ ବ୍ରତ ଆରମ୍ଭ ହେବ ।
ଶନିବାର ଦିନ ପୁଷ୍ପ ଚନ୍ଦନ, ବରକୋଳି ପତ୍ର କ୍ଷୀର ତଥା ଚନ୍ଦନକୁ ବାଦ ଦେଇ ଅନ୍ୟ ସମସ୍ତ ଦ୍ରବ୍ୟ ସଂଗ୍ରହ କରିବାକୁ ହେବ । ଖୋଲା ଛାତ ଉପରେ ଏକାନ୍ତ ସ୍ଥାନ ନିଜ ବ୍ୟତୀତ ଅନ୍ୟମାନେ ରହିବେ ନାହିଁ । ଲୋକ ଅଜ୍ଞାତରେ ପୂଜା ସ୍ଥାନ ସ୍ଥିର କରିବାକୁ ହେବ ।
ଭୂମି ଉପରେ କଲେ ତାହାକୁ ଗୋମୟ ଦ୍ୱାରା ଲିପା ପୋଛା କରି ଶୁଦ୍ଧ ନିର୍ମଳ ପୂର୍ବକ ସୂର୍ଯ୍ୟୋଦୟ ହେବା ମାତ୍ରେ ଯେପରି ଆଖି ଆଗରେ ପ୍ରଥମେ ପଡ଼ିବ ସେହି ସ୍ଥାନ ଚୟନ କରିବେ । ଅରୁଣୋଦୟ ଆଗରୁ ବ୍ରତ ନିମନ୍ତେ ପ୍ରସ୍ତୁତ ହେବ ।
ବ୍ରତକାରିଣୀ ସୂର୍ଯ୍ୟୋଦୟ ଆଗରୁ ନିତ୍ୟକର୍ମାଦି ସ୍ନାନ ସାରି ହଳଦିଆ କିମ୍ବା ପଦ୍ମରଙ୍ଗର ବହିର୍ବାସ ତଥା ଅନ୍ତର୍ବାସ ପରିଦାନ କରିବେ । ଗଙ୍ଗଶିଉଳୀ କିମ୍ବା ଇଟିମଳା ଫୁଲର ଗଜରାକୁ ନିଜ ମଥାରେ ଲଗାଇବେ । ନିକଟରେ ଏକ ଡେ଼ଙ୍ଗା ଟେବୁଲ ଉପରେ ଗନ୍ଧ ପୁଷ୍ପ ଧୂପ ଦୀପ ସହ ନୈବେଦ୍ୟ ପ୍ରସ୍ତୁତ କରି ରଖିବେ । ଚନ୍ଦନ ସାଥିରେ କର୍ପୂର ମିଶାଇ ଗନ୍ଧ ପ୍ରସ୍ତୁତ କରିବେ । ପଦ୍ମ, ଗୋଲାପ, ମନ୍ଦାର, ଗଙ୍ଗଶିଉଳି, ଇଟିମରା, ଦୁବ, ବରକୋଳି ପତ୍ର, ହଳଦି ଚାଉଳ, ଗୁଆ, କୁଶ, ରାଶି, ୍ତମ୍ବାପାତ୍ର,ଗୁଗୁଳ ଧୂପ, ଗୋଘୃତ ବତି ବିଭିନ୍ନ ମିଷ୍ଟାନ ଦ୍ରବ୍ୟ ନୈବେଦ୍ୟ ନିମନ୍ତେ ଯୋଗାଡ଼ କରି ରଖିବେ ।
ନିଜେ ଠିଆହୋଇ ବ୍ରତଧାରୀଙ୍କୁ ପୂଜା କରିବାକୁ ପଡ଼ିବ । ଏଥିପାଇଁ ସ୍ୱତନ୍ତ୍ର ମନ୍ତ୍ର ମଧ୍ୟ ରହିଛି ।