୨୬ରେ ମାଟ୍ରିକ ଫଳ

୨୬ରେ ମାଟ୍ରିକ ଫଳ

ଆସନ୍ତା ୨୬ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି । ବୋଡର଼୍ ସଭାପତି କହିଛନ୍ତିଯେ, ୨୬ ତାରିଖ ସକାଳ ସାଢେ଼ ୧୦ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ୧୧ଟା ୩୦ ସୁଦ୍ଧା ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଇଂଟରନେଟ ସୁବିଧା ନଥିଲେ ଏସଏମଏସରେ ବି ପରୀକ୍ଷା ଫଳ ଜାଣିହେବ ।

ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନଥିବେ ସେମାନେ ୨୯ ତାରିଖରୁ ଆବେଦନ କରିପାରିବେ । ଜୁନ୍‌ ୧୨ ପର୍ଯ୍ୟନ୍ତ ଏହି ଆବେଦନ କରାଯାଇପାରିବ । ମାଟ୍ରିକ ପିଲାମାନେ ଅନଲାଇନରେ ଓ ଅନ୍ୟମାନେ ଅଫଲାଇନରେ ଆବେଦନ କରିବେ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ଼ କରାଯାଇପାରିବ ।