ଦୁଇ ଲୁଟେରା ଗିରଫ ; ୨ଟି ବାଇକ ଜବତ
ଭୁବନେଶ୍ୱର, ୨୩ା୫ : ।ବଧାନ' କ୍ୟାପିଟାଲ ହସ୍ପିଟାଲ ନିକଟରେ ବାଇକ ରଖିଥିଲେ । କ୍ଷଣିକରେ ହେଇଯାଉଛି ବାଇକ ଚୋରି । ବୁଲୁଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଅଧଘଣ୍ଟାରେ ବାଇକକୁ କାଟି ଗୁଣ୍ଡ କରିଦେଉଛନ୍ତି କବାଡିଆ । ଏହିଭଳି ୨ ଜଣ କୁଖ୍ୟାତ ବାଇକ ଲୁଟେରାଙ୍କୁ ଧରିଛି କମିଶନରେଟର କ୍ୟାପିଟାଲ ଥାନା ଓ ଲକ୍ଷ୍ମୀସାଗର ଥାନା ପୁଲିସ । ସେମାନଙ୍କ ଠାରୁ ୨ଟି ଚୋରା ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ, ଲକ୍ଷ୍ମୀସାଗର ଥାନାର ଅଭିଯୁକ୍ତ ହେଲା, ମୈତ୍ରୀବିହାର ଅଞ୍ଚଳର ଉମାକାନ୍ତ ପାତ୍ର ଓ ଜାଁଳା ଅଞ୍ଚଳର କୃପାସିନ୍ଧୁ ମହପାତ୍ର । ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଗୁରୁବାର ପୂର୍ବାହ୍ନ ସମୟରେ କ୍ୟାପିଟାଲ ଥାନାର ଏସଆଇ ନିରଞ୍ଜନ ବେହେରା ଓ ତାଙ୍କର ଟିମ ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ପାଟ୍ରୋଲିଂ ତଥା ମୋଟର ଯାନ ଯାଞ୍ଚ କରୁଥିଲେ । ସମୟ ପ୍ରାୟ ୧୦.୩୦ ସମୟରେ ଅଭିଯୁକ୍ତ ଏକ ବାଇକ ଚଳାଇ ସେଠାକୁ ଆସିଥିଲା । ପୁଲିସ ଟିମ ତାଙ୍କୁ ଅଟକାଇ ଯାଞ୍ଚ ପାଇଁ ବାଇକ ଅଟକାଇବାରୁ ସେ ସେଠାରୁ ବାଇକ ବୁଲାଇ ଫେରାର ହେବାକୁ ଲାଗିଥିଲେ । ସେହି ସମୟରେ କୌଶଳ କ୍ରମେ ପୁଲିସ ଟିମ ଅଭିଯୁକ୍ତଙ୍କୁ ଗୋଡାଇ କାବୁ କରିନେଇ ବାଇକୁ ରଖି ଗାଡିର କାଗଜପତ୍ର ମାଗିବାରୁ ସେ କୌଣସି ଡକୁ୍ୟମେଣ୍ଟ ଦେଖାଇପାରିନଥିଲା । ପରେ ପଚରା ଉଚରା ବେଳେ ଜଣାପଡ଼ିଥିଲା ଅଭିଯୁକ୍ତ ଜଣକ ବାଇକଟିକୁ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲ ନିକଟରୁ ଚୋରି କରି ନମ୍ବର ବଦଳାଇ ରାଜଧାନୀରେ ବୁଲୁଥିଲା । ଏମାନେ ବାଇକ ଚୋରି କରିବା ପରେ କବାଡିଆକୁ ବିକ୍ରି କରିବା ସହ ଟଙ୍କା ନେଇ ପୁଣି ବିଭିନ୍ନ ହସ୍ପିଟାଲ ବୁଲି ବାଇକ ଚୋରି କରିଥାନ୍ତି ।
ସେହିଭଳି, ଗତ ୧୪ ତାରିଖ ଦିନ ଅଭିଯୋଗକାରୀ ପ୍ରଶାନ୍ତ କୁମାର ଡାକୁଆ କଳ୍ପନା ଛକ ସ୍ଥିତ ଖାନା ଖଜାନାକୁ ଯାଇଥିବା ବେଳେ ସେଠାରେ ସେ ତାଙ୍କ ସ୍କୁଟି ଟିକୁ ପାର୍କିଂ କରି ରଖିଥିଲେ । ଘଟଣା ଦିନ ଅଭିଯୁକ୍ତ ଜଣକ ସୁଯୋଗ ଦେଖି ଅଭିଯୋଗକାରୀଙ୍କ ଉକ୍ତ ବାଇକକୁ ସେଠାରୁ ଚୋରି କରି ନେଇଯାଇଥିଲା । ଏନେଇ ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରାଯାଇଛି ।