"ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ' ଉପଲକ୍ଷେ ସ୍ୱତନ୍ତ୍ର ଲଫାପା ଉନ୍ନୋଚିତ
ଭୁବନେଶ୍ୱର : “ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ” ଉପଲକ୍ଷେ ଓଡ଼ିଶା ଡାକ ପରିମଣ୍ଡଳ ଦ୍ୱାରା ଏକ ସ୍ୱତନ୍ତ୍ର ଲଫାପା ଉନ୍ନୋଚିତ ହୋଇଛି । ଏହି ଉନ୍ନୋଚିତ ସମାରୋହ ବରିଷ୍ଠ ଡାକ ଅଧିକାରୀ/କର୍ମଚାରୀ, ବିଶିଷ୍ଟ ଡାକ ଟିକେଟ ସଂଗ୍ରହକାରୀ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ପିଆରସି ହଲ୍, ସିପିଏମଜି କାର୍ଯ୍ୟାଳୟ, ଓଡ଼ିଶା ପରିମଣ୍ଡଳରେ ଆୟୋଜିତ ହୋଇଥିଲା । ଏହି ସ୍ୱତନ୍ତ୍ର ଲଫାପାଟିକୁ ଓଡ଼ିଶା ପରିମଣ୍ଡଳର ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ନିର୍ମଳଜିତ ସିଂହ ଉନ୍ନୋଚନ କରିଥିଲେ । ଏହି ଅବସରରେ ସେ ବାଘ ସଂରକ୍ଷଣର ଗୁରୁତ୍ୱ ଏବଂ ଏହାକୁ କିପରି ସଂରକ୍ଷଣ କରିବେ ତାହା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଅମିତ କୁମାର ଝା , ଡାକ ସେବା ନିଦେ୍ର୍ଦଶକ (ମୁଖ୍ୟାଳୟ), ସିପିଏମଜି କାର୍ଯ୍ୟାଳୟ ଏବଂ ତାରିଣୀ ଚରଣ ପାଢୀ, ଭୁବନେଶ୍ୱର ଡିଭିଜନର ଏସଏସପିଓ ମଧ୍ୟ ଉପସ୍ଥିତ ଥିଲେ । ମଧୁସ୍ମିତା ପାଢୀ, ଡାକ ସହାୟକ ନିଦେ୍ର୍ଦଶକ (ଫିଲାଟେଲି) ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ୱତନ୍ତ୍ର ଲଫାପା ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରର ଫିଲାଟେଲିକ୍ ବୁ୍ୟରୋରେ ପ୍ରତି ଲଫାପା ପିଛା ୨୫ ଟଙ୍କା ମୂଲ୍ୟରେ ଡାକ ଟିକଟ ସଂଗ୍ରହକାରୀ ତଥା ଜଣ ସାଧାରଣଙ୍କ କ୍ରୟ ନିମନ୍ତେ ଉପଲବ୍ଧ ହେବ ।