ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଗୃହରକ୍ଷୀ ଭାବେ ନିଯୁକ୍ତି ପାଇବେ ଆଉ ୫ ହଜାର
Mohan Charan Majhi
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଆଉ ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି ଦିଆଯିବ । ନବୀନ ସରକାରଙ୍କ ଅମଳରେ ଗୃହରକ୍ଷୀ ନିଯୁକ୍ତିରେ କଟକଣା ଲାଗିଥିଲା । କିନ୍ତୁ ମୋହନ ସରକାର ଏହି କଟକଣା ହଟାଇ ଦେଇଛନ୍ତି । ରାଜ୍ୟରେ ଖାଲିଥିବା ପଦବୀକୁ ତ୍ୱରିତ ଗତିରେ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ଶିଳ୍ପ ସଂସ୍ଥା ସ୍ଥାପନ ଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।