ଇ-କେୱାଇସି ଅପ୍ଡେଟ ଏହି ଦିନ ସରିବ!

ଭୁବନେଶ୍ୱର: :ଆସନ୍ତା ୪ ଦିନ ପରେ ରାଜ୍ୟରେ ରାଶନ କାର୍ଡ ଇ-କେୱାଇସି ଅପ୍ଡେଟ କାର୍ଯ୍ୟ ଶେଷ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଜାନୁଆରୀ ୩୧ ସୁଦ୍ଧା ଇ-କେୱାଇସି ଅପ୍ଡେଟ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି। ଯଦି ଏହି ସମୟ ସୁଦ୍ଧା ଶେଷ ନ ହୁଏ ତେବେ ପରବର୍ତ୍ତୀ ସମୟରେ ସରକାର ବିଚାର କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟର ଏ ପର୍ଯ୍ୟନ୍ତ ୪୦ ଲକ୍ଷ ୪୦ ହଜାର ୮୬୪ ରାଶନ କାର୍ଡ ହିତାଧିକାରୀ ଇ-କେୱାଇସି ଅପ୍ଡେଟ କରି ନାହାନ୍ତି। ମୋଟ ୩ କୋଟି ୩୫ ଲକ୍ଷ ୫୭୦ ହିତାଧିକାରୀଙ୍କ ମଧ୍ୟରୁ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ଜଣଙ୍କର ଇ-କେୱାଇସି ଶେଷ ହୋଇଛି।