ଝିଅକୁ ଅସଦାଚରଣ : ଯୁବକକୁ ହତ୍ୟା କଲେ ଝିଅର ବାପା

ଝିଅକୁ ଅସଦାଚରଣ :  ଯୁବକକୁ ହତ୍ୟା କଲେ ଝିଅର ବାପା

କାମାକ୍ଷାନଗର : ଝିଅକୁ ଅସଦାଚରଣ କରିବାରୁ ଯୁବକଙ୍କୁ ପିଟି ହତ୍ୟା କଲେ ଝିଅର ବାପା । ଢେଙ୍କାନାଳ ଜିଲା କାମାକ୍ଷାନଗରର ଏହି ଘଟଣା । ହତ୍ୟା ପରେ ଅଭିଯୁକ୍ତ ବାପା ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି । ମୃତ ଯୁବକ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ୧ନମ୍ବର କଲୋନୀର ବାସିନ୍ଦା । ଅଭିଯୁକ୍ତ ହତ୍ୟାକାରୀ ଆଖୁଆପାଳ ପଞ୍ଚାୟତ ମୋହନପଶି ଗ୍ରାମରେ ବାସ କରନ୍ତି । ତେବେ ୧୦ ଜଣ ମିଶି ସଂଘବଦ୍ଧ ଭାବେ ଏହି ହତ୍ୟା କରିଛନ୍ତି ବୋଲି - ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।