ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ଭଦ୍ରକ : ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ଭଦ୍ରକ ଜିଲ୍ଲାପାଳ  । ତିନି ଦିନ ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୧୬ ଯାଏ ଛୁଟି ରହିଛି ।  ହୋଲି ପର୍ବ କାରଣରୁ ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ଏହାକୁ ଦୃଷ୍ଟିରେ ରଖି ଛୁଟି ବାତିଲ କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ତ୍ୱରିତ ପଦକ୍ଷେପ ନେବା ସମ୍ଭବ ନୁହେଁ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଭଦ୍ରକ ମୁଖ୍ୟାଳୟରେ ରହିବାକୁ ଚିଠି କରିଛନ୍ତି ଜିଲ୍ଲାପାଳ । ସୂଚନାଯୋଗ୍ୟ, ଭଦ୍ରକରେ ପୂର୍ବରୁ  ସାଂପ୍ରଦାୟିକ ଘଟଣା ଘଟିବାର ନଜିର ରହିଛି । ଜିଲ୍ଲାରେ ହୋଲି ସମୟରେ ସାଂପ୍ରଦାୟିକ ଘଟଣାକୁ ଏଡାଇ ଦିଆଯାଇ ନ ପାରେ ।