ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ପୁଲିସଙ୍କୁ ମିଳିବ ବାଇକ୍‌

Mohan Charan Majhi

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ପୁଲିସଙ୍କୁ ମିଳିବ ବାଇକ୍‌

ଭୁବନେଶ୍ୱର : ଆଇପିଏସ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି  । ପୁଲିସମାନଙ୍କୁ ବାଇକ୍‌ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ପ୍ରତି ଥାନାରେ ଗୋଟିଏ ଦୁଇଟି ଥାନା ଥିବାରୁ ତଦନ୍ତ ପ୍ରଭାବିତ ହେଉଛି  । ତେଣୁ ରାଜ୍ୟ ସରକାର ପୁଲିସଙ୍କୁ ୯ ହଜାର ବାଇକ୍‌ ଦେବେ  । ଯାହାଫଳରେ ପୁଲିସ ଠିକରେ ତଦନ୍ତ ପାଇଁ ଯାଇପାରିବେ  । ୧୨୪୩ ପୋଷ୍ଟିଂ ମଧ୍ୟ କରାଯିବ  । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ଗୋଟିଏ ଲେଖାଏଁ ଓଡ୍ରାଫ୍‌ ଟିମ୍‌ ରହିବେ  । ମାଓବାଦୀମାନଙ୍କୁ ବି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି  । ସରକାର ମାଓଦମନ କରୁଛନ୍ତି  । ତେଣୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ମୁଖମନ୍ତ୍ରୀ ନିବେଦନ କରିଛନ୍ତି  । ପୁଲିସମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି  । ଯେଉଁମାନେ ସେବା ଓ ସୁରକ୍ଷା ଠାରୁ ଦୂରେଇ ଯାଆନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ସମସ୍ତ ମେଡ଼ିକାଲ କଲେଜରେ ଏକ ଫାଣ୍ଡି ମଧ୍ୟ ପ୍ରତିଷ୍ଠା ହେବ  ।