ପୁଲିସଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ
Mohan Charan Majhi

ଭୁବନେଶ୍ୱର : ପୁଲିସମାନଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇଥିଲେ । ଆଉ ସେକାଳ ପଖାଳ ନାହିଁ । ଗର୍ବ ଛାଡ଼ି ଜନପ୍ରତିନିଧିମାନଙ୍କୁ ସମ୍ମାନ ଦିଅ । ଅନୁରୂପ ଭାବେ ଆଇପିଏସମାନଙ୍କୁ ବି ସତର୍କ କରିଦେଇଛନ୍ତି । ଦୁର୍ନୀତି ଠାରୁ ଦୂରରେ ରୁହ । ସେବା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଅ । ଲୋକଙ୍କୁ ନ୍ୟାୟ ଦିଅ । ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଆଇପିଏସ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ପୁଲିସମାନଙ୍କୁ ବାଇକ୍ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ଥାନାରେ ଗୋଟିଏ ଦୁଇଟି ଥାନା ଥିବାରୁ ତଦନ୍ତ ପ୍ରଭାବିତ ହେଉଛି । ତେଣୁ ରାଜ୍ୟ ସରକାର ପୁଲିସଙ୍କୁ ୯ ହଜାର ବାଇକ୍ ଦେବେ । ଯାହାଫଳରେ ପୁଲିସ ଠିକରେ ତଦନ୍ତ ପାଇଁ ଯାଇପାରିବେ । ୧୨୪୩ ପୋଷ୍ଟିଂ ମଧ୍ୟ କରାଯିବ । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ଗୋଟିଏ ଲେଖାଏଁ ଓଡ୍ରାଫ୍ ଟିମ୍ ରହିବେ । ମାଓବାଦୀମାନଙ୍କୁ ବି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି । ସରକାର ମାଓଦମନ କରୁଛନ୍ତି । ତେଣୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ମୁଖମନ୍ତ୍ରୀ ନିବେଦନ କରିଛନ୍ତି । ପୁଲିସମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଯେଉଁମାନେ ସେବା ଓ ସୁରକ୍ଷା ଠାରୁ ଦୂରେଇ ଯାଆନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ମେଡ଼ିକାଲ କଲେଜରେ ଏକ ଫାଣ୍ଡି ମଧ୍ୟ ପ୍ରତିଷ୍ଠା ହେବ ।