ଖୋର୍ଦ୍ଧା ବାମଡିହରେ ହାତୀ ଆତଙ୍କ

ଖୋର୍ଦ୍ଧା ବାମଡିହରେ ହାତୀ ଆତଙ୍କ

 ଖୋର୍ଦ୍ଧା ବନ ଖଣ୍ଡ ବେଗୁନିଆ ବ୍ଲକ ବାମଡିହରେ ହାତୀପଲକୁ ନେଇ ଆତଙ୍କ। ଫସଲ ଖାଇବା ପାଇଁ ଗାଁ ମୁହାଁ ହେଉଛନ୍ତି ହାତୀ। କିଛି ଦିନ ଧରି ୧୬ଟିକିଆ ହାତୀପଲ ବିଭିନ ଗାଁକୁ ପଶି ଆତଙ୍କ ଖେଳାଇ ଆସୁଛନ୍ତି । କିଛି ଦିନ ତଳେ କଣିପାରିରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ପରେ ଏବେ ସନ୍ଧ୍ୟା ହେଲେ ବିଦ୍ୟୁତ କାଟି ଦେଉଛି ବିଭାଗ। ହାତୀପଲ ପାଇଁ ଅନେକ ଗାଁ ଅନ୍ଧାରରେ। ୫୭ ନମ୍ବର ଜାତୀୟ ରାଜପଥ ନିକଟବର୍ତୀ ଅଂଚଳରେ ହାତୀପଲ ରହିଛନ୍ତି ।

ରାଉତପଡା, ପରିଚ୍ଛଳ, କଣିପାରି ଅଂଚଳ ପରେ ଏବେ ବାମଡ଼ିହ ସିମୋର ଅଂଚଳ ମୁହାଁ ହୋଇଛି ହାତୀପଲ। ବନବିଭାଗ କେବଳ ଡ୍ରୋନ ସାହାଯ୍ୟରେ ଗତିବିଧି ଦେଖୁଥିବା ବେଳେ ଏହା ଭିତରେ ୨୦ରୁ ଅଧିକ ଦିନ ବିତିଗଲାଣି । ହେଲେ ହାତୀଭୟରୁ ମୁକୁଳି ପାରୁନାହାନ୍ତି ଗ୍ରାମବାସୀ । ବାମଡିହ, ବାଘମରି, ସିମୋର ସମେତ ୨୦ଟି ଗାଁ ୫ଦିନ ହେଲା ଅନ୍ଧାରରେ ରହିଛି । ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏବେ ହାତୀକୁ ଘଉଡ଼ାଇବାକୁ ପ୍ରୟାସ କରୁଛି ବନବିଭାଗ। ବାମଡିହ ଓ ଚଣ୍ଡିଆପଲ୍ଲା ମଧ୍ୟବର୍ତୀ ଅଂଚଳରେ ରହିଛନ୍ତି ହାତୀପଲ ।