ସିଆଇଏସଏଫର ସୁରକ୍ଷିତ ତଟ ସମୃଦ୍ଧ ଭାରତ ସାଇକ୍ଲୋଥନ

କୋଣାର୍କ : ସାଇକେଲ ଚାଳନା ମାଧ୍ୟମରେ ସୁରକ୍ଷିତ ତଟ ସମୃଦ୍ଧ ଭାରତ ବାର୍ତ୍ତାରେ କୋଷ୍ଟାଲ ସାଇକ୍ଲୋଥନକୁ କୋଣାର୍କରେ ଭବ୍ୟ ସ୍ୱାଗତ ଦିଆଯାଇଥିଲା । ଗୁରୁବାର ସଂଧ୍ୟାରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ପାରା ଅଲମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ, ଜାତୀୟ ଭଲିଡଲ ଖେଳାଳି ଶ୍ରୀକାନ୍ତ ନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଗତ ମାର୍ଚ୍ଚ ୭ତାରିଖରେ ପଶ୍ଚିମବଙ୍ଗର ବଖାଲିରୁ ଏହି କୋଷ୍ଟାଲ ସାଇକ୍ଲୋଥନ ବାହାରିଥିଲା । ଓଡ଼ିଶାର ବ୍ରହ୍ମପୁର, ଗୋପାଳପୁର,ପୁରୀ ସାତପଡ଼ା ପରିକ୍ରମା କରିବ । ଆସନ୍ତା ମାର୍ଚ୍ଚ ୩୧ତାରିଖରେ କନ୍ୟାକୁମାରୀରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସିଆଇଏସଏଫର ସୁରକ୍ଷା କର୍ମୀ ସାମିଲ ହୋଇଛନ୍ତି । ଏହାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଭାରତର ସମୁଦ୍ର ତଟରେ ବସବାସ କରୁଥିବା ଲୋକଙ୍କ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସମ୍ବେଦନଶୀଳ ରହିବା । ସାଇକ୍ଲୋଥନ ଦଳ ଶୁକ୍ରବାର ପୁରୀ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି ।