ବଦହଜମି ଠାରୁ କେମିତି ପାଇବେ ରକ୍ଷା ଜାଣନ୍ତୁ
ପାଣି ପିଅନ୍ତୁ: ଖାଦ୍ୟ ଖାଇବାର କିଛି ସମୟ ପୂର୍ବରୁ ଆପଣଙ୍କୁ ପାଣି ପିଇବା ବହୁତ ଜରୁରୀ ହୋଇଥାଏ । ଯଦିଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ହାଇଡ୍ରେଟ ରହିବାକୁ ପରାମର୍ଶ ଦିଆଯାଏ । କାହିଁକିନା ଏମିତିରେ ଡାଇଜେସନ୍ ସମେତ ବଡି ଫଙ୍କସନ୍ ସଠିକ୍ ଢଙ୍ଗରେ ହୁଏ । ଆପଣଙ୍କୁ ଦିନସାରାରେ ଅତିକମରେ ୮ ରୁ ୧୦ ଗ୍ଲାସ ପାଣି ପିଇବା ଜରୁରୀ । ନଚେତ କିଛି ଏମିତି ଫୁଡ୍ ଆଇଟମ୍ ଖାଆନ୍ତୁ ଯେଉଁଥିରେ ୱାଟର କଣ୍ଟେଣ୍ଟ ଅଧିକ ଥିବ ।
ଅଦା ଖାଆନ୍ତୁ : ନିଜ ଡେଲି ଡାଏଟରେ ଯଦି ଆପଣ ସିମିତ ମାତ୍ରାରେ ଅଦାକୁ ସାମିଲ କରିବେ ତାହେଲେ କବ୍ଜ ଏବଂ ଅପଚ ସମସ୍ୟା ଦୂରେଇ ରହିବ । ଏହାକୁ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ ଏବଂ ଶରୀରର ରୋଗ ମଧ୍ୟ ଦୂର ହୋଇପାରେ । ଆପଣ କଞ୍ଚା ଅଦାକୁ ଚୋବାଇ ଖାଆନ୍ତୁ, ଅଦାର ପାଣି ଏବଂ ଜିଞ୍ଜର କ୍ୟାଣ୍ଡିଂର ସେବନ କରନ୍ତୁ ଦେଖିବେ ଆରାମ ମିଳିବ ।
ଦହି ଖାଆନ୍ତୁ : ଆମମାନଙ୍କୁ ଦହିର ସେବନ ନିଶ୍ଚୟ କରିବା ଉଚିତ । ଏହା ଏକ ପ୍ରୋବାୟୋଟିକ ଫୁଡ ଅଟେ । ଯେଉଁଥିରେ ଭରପୂର ମାତ୍ରାରେ ଗୁଡ୍ ବ୍ୟାକ୍ଟେରିଆଜ୍ ମିଳିଥାଏ, ଯାହା ହଜମ ପ୍ରକ୍ରୀୟାକୁ ସଠିକ କରିବା କାମ କରିଥାଏ ଏବଂ ତାକୁ ସହଜ କରିଥାଏ । ଯେହେତୁ ଏହାର ଗୁଣ ଥଣ୍ଡା, ଏଥିପାଇଁ ଏହା ପେଟକୁ ଥଣ୍ଡା ରଖିଥାଏ ଏବଂ ଭୋଜନକୁ ଜଲଦି ପଚାଇଥାଏ । ଆପଣ ପ୍ରତ୍ୟେକ ମିଲ୍ ଖାଇବା ପରେ ଏହାକୁ ଖାଇପାରିବେ ।
ୱାକ୍ କରନ୍ତୁ :ଅନେକ ଲୋକଙ୍କର ଅଭ୍ୟାସ ଥାଏ ଯେ ସେମାନେ ଖାଦ୍ୟ ଖାଇବାର ତୁରନ୍ତ ପରେ ବିଛଣାକୁ ପଳାନ୍ତି । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଜମା ବି କରନ୍ତୁନାହିଁ । ଭୋଜନ କରିବା ପରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ନିଶ୍ଚୟ ଚାଲନ୍ତୁ । ଏହାଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିଥାଏ ଏବଂ ତାପରେ ଗ୍ୟାସ କିମ୍ବା କବ୍ଜ ଭଳି ସମସ୍ୟା ଆପଣଙ୍କ ପାଖ ମାଡିନଥାଏ ।