ମୁମ୍ବାଇ ଏନସିବିକୁ ବଡ ସଫଳତା

ମୁମ୍ବାଇ  ଏନସିବିକୁ ବଡ ସଫଳତା । ଜବତ କଲା ୨୦୦ କୋଟି ଟଙ୍କାର ବ୍ରାଉନସୁଗାର ।  ଏଥିସହିତ  ୪ ଜଣଙ୍କୁ  ଗିରଫ କରିଛି ଏନସିବି ।  ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଭିନ୍ନ ଭିନ୍ନ ପ୍ରକାରର ବ୍ରାଉନସୁଗାର ଜବତ କରିଛି । ଏନସିବି ସୁତ୍ର ଅନୁସାରେ ଏନସିବି ୧୧.୫୪୦ କିଲୋଗ୍ରାମ ହାଇ କ୍ବାଲିଟ୍‌ କୋକିନ୍‌ , ୪.୯  କିଲୋଗ୍ରାମ  ହାଇବ୍ରିଡ୍ ସ୍ଟ୍ରେନ ହାଇଡ୍ରୋପୋନିକ  ଚରସ, ୨୦୦ ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଛି ।

ଏନସିବି କହିଛି ମୁମ୍ବାଇରେ ଏକ  ଅନ୍ତରାଷ୍ଟ୍ରୀୟ କୋରିୟର ଏଜେନ୍ସି ରୁ ଏକ ପାର୍ସଲ  ପ୍ରଥମେ ଜବତ କରାଯାଇଥିଲା । ଏହି ଜବତ ପାର୍ସଲକୁ ଅଷ୍ଟ୍ରେଲିଆ ପଠାଯାଇଥାଆନ୍ତା । କିନ୍ତୁ ଏନସିବି ଯେତେବେଳେ ତଦନ୍ତ ଆଗକୁ ବଢାଇଲା ସେତେବେବେଳେ ଜଣାପଡିଲା ଯେ ଏହାଠାରୁ ଅଧିକ ପାର୍ସଲ ମୁମ୍ବାଇରେ ଲୁଚି ଅଛି । ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, କାରବାର କରୁଥିବା ଅଭିଯୁକ୍ତମାନେ କିଏ କାହାକୁ ଜାଣନ୍ତି ନାହିଁ ।  ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି ।