ବିରୋଧୀଙ୍କୁ ନବୀନଙ୍କ କଟାକ୍ଷ
Naveen Patanaik, Odisha

ଭାରତୀୟ ଜନତା ପାର୍ଟିର କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି । ସେମାନେ ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ସେମାନେ ପ୍ରଥମେ ନିଜ ରାଜ୍ୟ କଥା ଚିନ୍ତା କରିବା କଥା । ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ନମ୍ବର ୱାନ କରିବା ପାଇଁ କହୁଛନ୍ତି । କିନ୍ତୁ ଆସାମର ଋଣ ଭାର ଓଡ଼ିଶା ଠାରୁ ଦୁଇଗୁଣା ରହିଛି । ଓଡ଼ିଶାବାସୀ ସେମାନଙ୍କ ଉପରେ ହସୁଛନ୍ତି ବୋଲି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି ।
ସୂଚନାଯୋଗ୍ୟଯେ, ନିକଟରେ ବରିଷ୍ଠ ବିଜେଡ଼ି ନେତା ଭିକେ ପାଣ୍ଡିଆନ୍ ମଧ୍ୟ ସେମାନଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେଯେ, ବିଜେପି ନେତାମାନେ ସବୁବେଳେ ଓଡ଼ିଶାକୁ ଏକ ନମ୍ବର କରିବାକୁ କହୁଛନ୍ତି । ତେବେ କେଉଁ ରାଜ୍ୟ ଏକ ନମ୍ବର ହେବ ସେକଥା କୁହନ୍ତୁ ବୋଲି ପାଣ୍ଡିଆନ୍ କହିଥିଲେ ।