ପ୍ରଶସ୍ତ ନୁହଁ ଜୀବନ ମାର୍ଗ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ କ୍ଷ' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ପ୍ରଶସ୍ତ ନୁହଁ ଜୀବନ ମାର୍ଗ ସାରମର୍ମ ଫ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ଫ
ଥରେ ଭାବି ଦେଖନ୍ତୁ ଜୀବନର ପ୍ରାୟତଃ ପରିସ୍ଥିତିରେ ଆପଣ ଏକୁଟିଆ, ନିହାତି ଏକୁଟିଆ  । ଆପଣ କହିପାରନ୍ତି "ମୋ ପାଖରେ ଏଇ ଅଛି, ସିଏ ଅଛି, ଅମୁକ ଅଛି, ସମୁକ ଅଛି  ।'' ଭାବିବାରେ ମନା ନାହିଁ  । ହେଲେ ଟିକେ ନିରୋଳାରେ ବି ଭାବିଲେ ଜାଣିପାରିବେ ଯେ ଆପଣ କେତେ ଏକୁଟିଆ! ଏକୁଟିଆ ବେଳାରେ ଯେଉଁ ଭାବନା ଆପଣଙ୍କ ମନରେ ଉକୁଟିବ, ସେଇ ଭାବନା ହିଁ ସତ୍ୟ ବୋଲି ଜାଣନ୍ତୁ  ।
ଜୀବନର ସବୁ ମାର୍ଗ ପ୍ରଶସ୍ତ ନୁହଁ କି ସରଳ ନୁହଁ  । ଅଙ୍କାବଙ୍କା, ଅସଂଖ୍ୟ ମୋଡ  । ଜୀବନରେ ପ୍ରାୟ ବହୁ ବାଧାବିଘ୍ନ ଦେଇ ଗତି କରିବାକୁ ପଡିଥାଏ  । ସବୁବେଳେ ସମସ୍ତେ ସାଙ୍ଗରେ ନଥାନ୍ତି  ।  ଯଦି ବି ଥାଆନ୍ତି, କିଛିଲୋକ କିଛି ବାଟ ଯାଏଁ  । ଆଉ ତମାମ୍ ବାଟରେ ନିଜେ ହିଁ ନିଜ ସାଥିରେ ଚାଲିବାକୁ ପଡ  । ଏଇଠି ନିଜେ ହିଁ ନିଜକୁ ଏବଂ ନିଜକୁ ଅନେକ କିଛି ଆବିଷ୍କାର କରିବାକୁ ପଡ  । ଏହି ଆବିଷ୍କାର ଭିତର ଦେଇ ହିଁ ମଣିଷ ଅନେକ କିଛି ପାଇଥାଏ  । ପଥ ଯେତେବେଳେ ଦୁର୍ଗମ ଲାଗେ ମଣିଷ ସାହସ ଆପେ ସଞ୍ଚାର ହେଇଯାଏ  । ସାହସ ଯୋଡି ହେଇଗଲେ ଅଦୃଶ୍ୟ ବଳୟରୁ ଆପେ ଶକ୍ତି ଖଞ୍ଜି ହେଇଯାଏ  । ଦର୍ଶନ, ପୁରାଣ ଶାସ୍ତ୍ର କହନ୍ତି "ତୁମେ ତୁମର, କେବଳ ତୁମର ହିଁ  ।'' ଅର୍ଥାତ୍ ତୁମେ ତୁମର ଭଲ, ମନ୍ଦ ପାଇଁ ଉତ୍ତରଦାୟୀ  ।
କଥାରେ ଅଛି-ନିଜେ ନ ମଲେ ସ୍ୱର୍ଗ କୋଉଠି ଦେଖି ହେବ ମରିବାର ଅର୍ଥ ଏଇଠି ଆଖି ମୁଜିଦେବା ନୁହଁ ବା ପ୍ରାଣ ଛାଡିଦେବା ନୁହଁ  । ପାଇବା ପାଇଁ ଶ୍ରମକୁ ଏଇଠାରେ ଦର୍ଶାଯାଇଛି  । ଆଜ୍ଞା, ଜୀବନ ଦାଣ୍ଡରେ ଏକୁଟିଆ ହିଁ ପାଦ ପକାଇ ଆଗକୁ ବଢିବାକୁ ହୁଏ  । ଏହା ହିଁ ସତ୍ୟ  । ଏ ପଥ ବେଶ୍ କଣ୍ଟକିତ ମଧ୍ୟ  । କିନ୍ତୁ ଏହାକୁ ଅତିକ୍ରମ କରି ଚାଲିବାରେ ହିଁ ଜୀବନର ଆନନ୍ଦ ନିହିତ  ।
ଏକଥା ମଧ୍ୟ ସତ ଯେ, ମଣିଷ ଯେତେବେଳେ ଏକୁଟିଆ ହୋଇପଡ ସେତେବେଳେ ନାନାଦି ଚିନ୍ତା, ଚେତନା ତାକୁ କବଳିିତ କରିପକାଏ  । ହେଲେ ଏହି ସମୟରେ ମଣିଷ ନିଜର ଦଶା ଏବଂ ଦିଶା ନିର୍ଦ୍ଧାରଣ ବି କରିପାରେ  । ଏହାପରେ ଆରମ୍ଭ ହୁଏ ଆଉ ଏକ ଜୀବନର ଅୟମାରମ୍ଭ ପର୍ବ  । ଅସଜଡା ହୋଇପଡିଥିବା ଜୀବନ ପୁର୍ନାବର ସଜାଡି ହେବାକୁ ଲାଗେ  । ଜୀବନକୁ ଦେଖିବାର ତରିକା ବା ଦୃଷ୍ଟିଭଙ୍ଗୀ ବଦଳିଯାଏ  । ସଂକୀର୍ଣ୍ଣତା ମଣିଷକୁ ଆଉ ପୂର୍ବ ଭଳି ବଶ କରିପାରେ ନାହିଁ  । ଜୀବନର ସାରମର୍ମକୁ ବୁଝିଗଲେ ଜୀବନ ଆଉ ବୋଝ ବୋଲି ଜଣା ପଡବନି  ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।