ଇସ୍ତଫା ଦେଲେ ନବୀନ

Naveen Patanaik, Odisha

ଇସ୍ତଫା ଦେଲେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦରୁ ଇସ୍ତଫା ଦେଇଛନ୍ତି  । ରାଜଭବନ ଯାଇ ସେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି  । ଗତକାଲି ନିର୍ବାଚନ ଫଳ ବାହାରିଥିଲା  । ନିର୍ବାଚନରେ ବିଜେଡ଼ି ଚରମ ବିପର୍ଯ୍ୟୟର ସାମ୍ନା କରିଛି  । ବିଜେପିକୁ ୭୮ ଆସନ ମିଳିଥିବାବେଳେ ବିଜେଡ଼ିକୁ ୫୧ ଆସନ ମିଳିଛି  । ଫଳରେ ୨୦୦୦ ମସିହା ପରେ ନବୀନଙ୍କ ବିଜୟ ରଥ ଅଟକିଯାଇଛି  । ଚଳିତ ନିର୍ବାଚନ ଜିଣିଥିଲେ ନବୀନ ନୂଆ ରେକଡର଼୍ ସୃଷ୍ଟି କରିଥା’ନ୍ତେ  । ଦେଶର ସର୍ବାଧିକ ସମୟ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଥା’ନ୍ତେ  । କିନ୍ତୁ ରାଜନୀତି କଡ଼ ଲେଉଟାଇଛି  । ଫଳରେ ନବୀନଙ୍କ ଆଉ ଏକ ବଡ଼ ରେକଡର଼୍ ଅଧାରେ ହିଁ ଅଟକିଯାଇଛି  ।