ଶ୍ୱେତାଶ୍ରୀ ଓଏଏସ ଟପ୍ପର

OPSC EXAM

ଶ୍ୱେତାଶ୍ରୀ ଓଏଏସ ଟପ୍ପର

ଭୁବନେଶ୍ୱର : ଓଏଏସ ପରୀକ୍ଷା ଫଳ ପ୍ରକାଶ ପାଇଛି  । ପରୀକ୍ଷାରେ ୬୮୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେଇଛନ୍ତି  । ଶ୍ୱେତାଶ୍ରୀ ମହାପାତ୍ର ଓଏଏସ ଟପ୍ପର ହୋଇଛନ୍ତି  । ଟପ ଟେନରେ ୫ ପୁଅ ଓ ୫ ଝିଅ ଅଛନ୍ତି  । ପ୍ରଥମ ପ୍ରୟାସରେ ଶ୍ୱେତାଶ୍ରୀ ଟପ୍ପର ହୋଇଛନ୍ତି  । କଠିନ ପରିଶ୍ରମ କଲେ ନିଶ୍ଚିତ ଫଳ ମିଳିବ ବୋଲି ସେ କହିଛନ୍ତି  । ଦୈନିକ ସେ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ  । ୬୮୩ ଜଣଙ୍କ ମଧ୍ୟରେ ୨୫୩ ମହିଳା ଅଛନ୍ତି  ।