ମନ୍ କି ବାତ୍କୁ ନେଇ ବିଜେପି ସଭାପତିଙ୍କ ଆହ୍ୱାନ : ସାରା ଦେଶବାସୀ ମୋଦିଙ୍କ ସହ ଅଛନ୍ତି

 ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ୧୨୧ ତମ ସଂସ୍କରଣରେ କଶ୍ମୀରର ପହଲଗାମରେ ଆତଙ୍କବାଦୀ ବର୍ବୋରଚିତ ଆକ୍ରମଣ ଘଟଣାକୁ ମନେପକାଇ ଦୁଃଖବ୍ୟକ୍ତ କରିଛନ୍ତି । ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଥିବା ବେଳେ ସାରା ଦେଶବାସୀ ମୋଦିଙ୍କ ସହ ଅଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଧାମରାଠାରେ ଶ୍ରୀ ସାମଲ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ଅବସରରେ ଏହା ପ୍ରକାଶ କରିଛନ୍ତି । ବିଜେପି ସରକାର ଜମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ପରେ ସେଠାରେ ଶାନ୍ତି ଫେରୁଥିଲା । ଗଣତନ୍ତ୍ର ମଜଭୁତ ହେଉଥିଲା । ପର୍ଯ୍ୟଟକଙ୍କ ସଂଖ୍ୟାରେ ଅଦ୍ଭୁତପୂର୍ବ ବୃଦ୍ଧି ସହ ସ୍ଥାନୀୟ ଲୋକଙ୍କ ରୋଜଗାର ବଢ଼ୁଥିଲା । ହେଲେ ଆତଙ୍କବାଦୀମାନେ ଏହାକୁ ସହି ନ ପାରି ଧର୍ମ ଆଧାରରେ କାଶୀ୍ମରରେ ଯେଉଁ ଅମାନବୀୟ କାଣ୍ଡ କଲେ ତାହାକୁ ବିଜେପି ପକ୍ଷରୁ କଡ଼ା ନିନ୍ଦା କରିଥିଲେ । ଏହାର ଆକ୍ରୋଶ ପୂରାଦେଶବାସୀଙ୍କ ମନରେ ରହିଛି । ସେମାନଙ୍କୁ ଜବାବ ଦେବାପାଇଁ ମୋଦି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସେଥିରେ ସଭିଏଁ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ଶ୍ରୀ ସାମଲ