ଓମ୍ ବିର୍ଲା ହେଲେ ବାଚସ୍ପତି
Omm Birla

ଭୁବନେଶ୍ୱର : ଦ୍ୱିତୀୟ ଥର ପାଇଁ ବାଚସ୍ପତି ହୋଇଛନ୍ତି ଓମ ବିର୍ଲା । ଇଣ୍ଡି ମେଣ୍ଟର ପ୍ରାର୍ଥୀ କେ ସୁରେଶଙ୍କୁ ସେ ପରାସ୍ତ କରିଛନ୍ତି । ୪୮ ବର୍ଷ ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥିଲା । ଧ୍ୱନି ମତରେ ଓମ ବିର୍ଲା ବାଜିମାତ୍ କରିଥିଲେ । ଓମ ବିର୍ଲାଙ୍କ ନିର୍ବାଚନ ନେଇ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଘୋଷଣା କରିଥିଲେ ।
ବାଚସ୍ପତି ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଗତ ୫ ବର୍ଷ ଧରି ସେ ଲୋକସଭାର ସୁପରିଚାଳନା କରିପାରିଥିଲେ । ଆଗାମୀ ଦିନରେ ମଧ୍ୟ ସେ ସଠିକ ଢ଼ଙ୍ଗରେ ଗୃହକୁ ପରିଚାଳନା କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଳେ ।